ବିଜେପି ପକ୍ଷରୁ ନିର୍ବାଚିତ ଜିଲ୍ଲା ପଞ୍ଚାୟତ ପ୍ରତିନିଧି ପ୍ରଶିକ୍ଷଣ ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

କୋଣାର୍କ – କୋଣାର୍କ ଯାତ୍ରୀନିବାସ ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତିନି ଦିନିଆ ଜିଲ୍ଳା ପଞ୍ଚାୟତ ପ୍ରତିନିଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଏନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସଂଧ୍ୟାରେ ସୁଚନା ପ୍ରଦାନ କରାଯାଇଛି। ରାଜ୍ୟ ପଞ୍ଚାୟତିରାଜ ପରିଷଦ ଆବାହକ ଶଙ୍କର ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ରହି ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉପରେ ବ୍ୟାପକ ପ୍ରଶିକ୍ଷଣ ହେବା ନେଇ ସୂଚନା ଦେଇଥିଲେ। ରାଜ୍ୟ ସରକାର ବର୍ତମାନ ଜନ କୈନ୍ଦ୍ରିକ ନହୋଇ ଅମଲା କୈନ୍ଦ୍ରିକ ହେବାରେ ଲାଗିଛି। ଯାହା ଫଳରେ ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ମାନେ ମଧ୍ୟ ସରକାରଙ୍କ ତରଫରୁ ପ୍ରତିନିଧିତ୍ଵ କରିବାରେ ବିଫଳ ଓ ହତୋତ୍ସାହିତ ହୋଈ ପଡିଛନ୍ତି। ଏନେଇ ଜନ ପ୍ରତିନିଧି ମାନଙ୍କୁ ବିଭିନ୍ନ ସୋପାନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେଥି ନିମନ୍ତେ ୬ଜଣ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇ ରାଜ୍ୟର ସମସ୍ତ ଜିଲାର ବିଜେପି ସମର୍ଥିତ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ, ଅଧକ୍ଷ, ପଂଚାୟତ ଅଧକ୍ଷ ପ୍ରମୁଖଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ଜଣା ପଡିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେବା ଲାଗି ଅଣ୍ଟା ଭିଡ଼ିଛି।