ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବୀ ରାସ୍ତାରୋକ ଆନ୍ଦୋଳନ ।

ଚାନ୍ଦବାଲି,୧୯/୭ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ମୋକ୍ଷ ରାସ୍ତାରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଏହି କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଶୋକ ରାଉଳଙ୍କ ନେତୃତ୍ବରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ବିଜେପି ନେତା ମନମୋହନ ସାମଲଙ୍କ ସହ,କାହ୍ନୁଚରଣ ବେହେରା ରାଜ୍ୟ ପରିଷଦ ସଭ୍ୟ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରତିକାନ୍ତ ନାୟକ ଅକ୍ଷୟ ସେନାପତି, ପ୍ରଭାସଶୁଭଦର୍ଶନ ମହାନ୍ତି, ବିଜେପି କୃଷକ ମୋର୍ଚ୍ଚାର ବହୁ ଛାମୁଆ ନେତା ମାନେ ଯୋଗ ଦେଇ କୃଷକ ମାନଙ୍କୁ ରାଜ୍ୟ ସରକାର ଉପେକ୍ଷିତ କରିବା ସହ ଚାଷୀଙ୍କ ବିକାଶ ଧାରାକୁ ରାଜ୍ୟ ସରକାର ବଂଚିତ କରୁଥିବାରୁ ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
୧-ଯୋଗ୍ଯ ଚାଷୀ ମାନଙ୍କ ଧାନ କୁ ଉଚିତ୍ ସମୟ ,ଉଚିତ୍ ମୂଲ୍ୟରେ କ୍ରୟ କରାଯାଉ।
୨-କେନ୍ଦ୍ର ସରକାରଙ୍କ କୁଇଣ୍ଟାଲ ପିଛା ସଠିକ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉ ୫ରୁ ୭ କେଜି କାଟ୍ ଛାଟ୍ ଲୁଟ୍ ଓମଣ୍ଡି ଦଲାଲ ବନ୍ଦ କରାଯାଉ।
୩-ଜଳସେଚନ କରାଯାଇଥିବା ମିଥ୍ଯା ଭାଷଣ ବାଜିକୁ ବନ୍ଦ କରାଯାଉ,ତୁରନ୍ତ ଯଳସେଚନ କରାଯିବାର ପଦକ୍ଷପ ନିଆଯାଉ।
୪-ଚାଷୀ ମାନଙ୍କୁ ବୋନୋଷ ଆର୍ଥିକ ରାଷି ସର୍ବ ନିମ୍ନ ୨୫୦ଟଙ୍କା ପ୍ରଦାନ କରାଯାଉ ବରିଷ୍ଠ ଚାଷୀଙ୍କୁ ବାର୍ଷିକ ଭତ୍ତା ୬୦୦୦ ଟଙ୍କା ପ୍ରଦାନ କରାଯାଉ।
୫-ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବିମା ଓ ଜୀବନ ବୀମା କ୍ଷତିପୂରଣ ତୁରନ୍ତ ଯୋଗାଇ ଦିଆଯାଉ।
୬-ସରକାରୀ ଦଳୀୟ ଦଲାଲ ରୁ ନିବୃତ୍ତ ରହି କେନ୍ଦ୍ର ଦ୍ବାରା ଦିଆଯାଉଥିବା କୃଷକ ସମ୍ମାନ ନିଧି ଯୋଜନାରେ ଯୋଗ୍ଯ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉ।