କାମାକ୍ଷାନଗର ଏନଏସି ଆଗରେ ବିଜେପିର ଭ୍ରଷ୍ଟାଚାର ଗାଦିଛାଡ଼ ଆନ୍ଦୋଳନ

କାମାକ୍ଷାନଗର ବିଜେପି ତରଫରୁ କାମାକ୍ଷାନଗର ଏନଏସି କାର୍ଯାଳୟ ଆଗରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନାଙ୍କ ନେତୃତ୍ୱରେ ଏହି ଭ୍ରଷ୍ଟାଚାର ଗାଦିଛାଡ କାର୍ଯ୍ୟକ୍ରମ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକଭିମୁଖୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହିତ ରାଜ୍ୟ ସରକାର ଙ୍କ ଦୁର୍ନୀତି ଉପରେ କଡା ସମାଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଓଡିଶା କୁ ଗରିବ କଲ୍ୟାଣ ପ୍ରୟାଗ ଶାଳା କରିଥିଲା ବେଳେ, କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବ୍ୟାପକ ଭାବରେ କିପରି ହରିଲୁଟ କରିହେବ ସେ ନେଇ ଲାଗିପଡିଛନ୍ତି। ଅର୍ଥଗୁଡିକ ସଠିକ କାର୍ଯ୍ୟକାରୀ ହେଉନଥିବା ଓ ପଲ୍ଲିସଭା, ପଂଚାୟତ ରେ ଗ୍ରାମସଭା ନକରି ଦଳୀୟ କର୍ମୀଙ୍କୁ କାମ ଦବା ନୀତିକୁ ଭର୍ତ୍ସନା କରିଥିଲେ। ଏବଂ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ରାଜ୍ୟସରକାର ଗାଦିଚ୍ୟୁତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଅଞ୍ଚଳରୁ ଶତାଧିକ ବିଜେପି ନେତାକର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *