କାମାକ୍ଷାନଗର ବ୍ଲକ ଘେରାଉ କଲା ବିଜେପି

ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଚଳିତ ମାସ ୧୪ ରୁ ୧୮ ତାରିଖ ମଧ୍ୟରେ ସମସ୍ତ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରହିଥିବା ବେଳେ ଆଜି କାମାକ୍ଷାନଗର ବ୍ଲକ ଘେରାଉ କରିଛି ବିଜେପି । ରାଜ୍ୟରେ ଭ୍ରଷ୍ଟାଚାର ବଢି ଚାଲିବା ସହ ବିଭିନ୍ନ ପ୍ରକାର ଦୁର୍ନୀତି ବଢି ଚାଲିଛି। ଆଉ ଏହି ଦୂର୍ନିତକୁ ପ୍ରସୟ ଦେଉଛନ୍ତି ସ୍ଥାନିୟ ନେତା ପ୍ରଶାଶନ।ଯାହା ଫଳରେ ସାଧାରଣ ଲୋକମାନେ ସରକାରଙ୍କ ଯେଜନ ପାଉନହାଁନ୍ତି ।ଏହି ଆନ୍ଦୋଳନରେ ସାମିଲ ହେବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା ,ବିଭୁତି ପ୍ରଧାନ ,ଜିଲା ସଭାପତି ନରେଶ ମହାପାତ୍ରଙ୍କ ସମତେ ଶତାଧିକ ଦଳିୟ କର୍ମି ।ଜିରିଡାମାଳି ଠାରୁ ରାଲି ବାହାରି ସହର ପରିକ୍ରମା କରି ବ୍ଲକ ଆଗରେ ପହଞ୍ଚି ଆନ୍ଦୋଳନ କରିଥିଲେ।ଏହି ସମୟରେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ ମାନେ ଯାହା ଫଳରେ କିଛି ସମୟ ପାଇଁ ପୋଲିସ ସହିତ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଥିଲା।
Prakash Kumar Patra reporter