ବିଜେପି ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ

ପୁରୀ : ଶୁକ୍ରବାର ପୁରୀ ବିଜେପି ତରଫରୁ ଭୋଟର ସଚେତନତା ମହାଅଭିଯାନ ପ୍ରୋଗ୍ରାମ ରେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ଅଧ୍ୟକ୍ଷତା ରେ ରେଲୱେ କଲ୍ୟାଣୀ ମଣ୍ଡପ ଠାରେ ଏକ ବିଶାଳ ଜନ ସେବା ଆୟୋଜିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ରାଜ୍ୟ ସଂଯଯୋକ ଶଙ୍କର ପରିଡା, ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବି ଦାସ, ସଂଜୀବ ମୂଖାର୍ଜୀ, ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଜ୍ୟୋତି ମହାପାତ୍ର, ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ଦାଶ, ଜିଲ୍ଲା BJP ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଉମା କାନ୍ତ ନାୟକ, ଜିଲ୍ଲା ସମ୍ପାଦକ ଶ୍ରୀମତୀ ସୁଦଶା ପଣ୍ଡା, obc ମୋର୍ଚ୍ଚା ଶ୍ରୀଯୁକ୍ତ ଦେବ ପ୍ରସନ୍ନ ସ୍ବାଇଁ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ମଧୁ ସିଂହାରୀ, ଲୋକସଭା ବିସ୍ତାରକ ପର୍ସୁ ରାମ ବିଷୋୟୀ, ସଚି ବାନାର୍ଜୀ, ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଦିଗଦର୍ଶନ ପଟ୍ଟନାୟକ, ଚନ୍ଦନପୁର ମଣ୍ଡଳ ସଭାପତି ମନୋରଞ୍ଜନ ପ୍ରଧାନ, ବାଲିଗୁହାଳୀ ମଣ୍ଡଳ ର ହରି ମହାପାତ୍ର,ଅନିଲ ସାହୁ, ଅକ୍ଷୟ ମହାନ୍ତି, ଅନିତା ପଟ୍ଟନାୟକ, ସୁନୀତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତତ ପୁରୀ ବିଧାନସଭା ର ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ,ସହ ପ୍ରମୁଖ ଏବଂ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ବିଧାୟକ ମହୋଦୟ ଆଗମୀ ନିର୍ବାଚନ ପାଇଁ ବୁଥ କୁ କେମିତି ମଜବୁତ୍ କରାଯିବ ସେଥିପ୍ରତି ଅଧିକ ଗୁରୁତ୍ବ ଦେଇଥିଲେ।।