ବ୍ଲକ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଂଚାୟତ ଘଡିମୂଳ ନରାୟଣୀ ପଡିଆ ଠାରେ ବ୍ଲକ ସ୍ତରୀୟ ଶିଶୁ ମେଳା 2023 ଅନୁଷ୍ଠିତ ହୋଇ ଯାଇଛି । ସୌଭାଗ୍ୟ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାର ଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ସାଂସଦ ଡ଼ା ରାଜଶ୍ରୀ ମଲ୍ଲିକ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷ। କନକ ପ୍ରଭା ଲେଙ୍କା, ଜିଲ୍ଲାପାରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ, ସରପଞ୍ଚ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିଶୁ ମେଳା କୁ ଉଦ୍ଘାଟନ କରିଥିଲେ। 63 ବର୍ଷ ରେ ପହଞ୍ଚି ଥିବା ଏହି ଅନୁଷ୍ଠାନ ବହୁ ବାଧାବିଘ୍ନ ସହି ଆଜି କାର୍ଯ୍ୟକ୍ରମ କରିଆସୁଛନ୍ତି । ତେଣୁ 63 ବର୍ଷ ଧରି ବଞ୍ଚାଇ ରଖିଥିବା ଏହି ଅନୁଷ୍ଠାନ କୁ ଅତିଥି ଭାବେ ପ୍ରଶଂସା କରିବା ସହିତ ନେହେରୁ ନ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଜଗତସିଂହପୁର ରୁ ରୀତା ସାହୁ reporter

Leave a Reply

Your email address will not be published. Required fields are marked *