ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ।

ରାଇକିଆ, ତା 24/4/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ବିଡ଼ିଓ ସବ୍ୟସାଚୀ ସାହୁ ଙ୍କ ତ୍ଵତ୍ୱାବଧାନ ରେ ପଞ୍ଚାୟତିରାଜ୍ ଦିବସ ପାଳିତ ହୋଇ ଯାଇଅଛି।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ତହସିଲଦାର ବରୀୟାଲ ମୁର୍ମୁ, ଏ ବି ଡି ଓ ଦିବ୍ୟ ସିଂ କହଁର,ବିଧାୟକ ପ୍ରତିନିଧି ତାରିଣୀ ପରିଛା, ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର,ସିଦିପିଓ ମଉନାବତି ପାତ୍ର,ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ଏ ଇ ଈ ବଣ୍ଟି ଚୌଧୁରୀ ମଞ୍ଚାଶିନ ରହିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଅତିଥି ଓ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପଞ୍ଚାୟତ ଦିବସ କେବେ ପ୍ରତିଷ୍ଠା ହୋଇଥିଲା ଏବଂ ପଞ୍ଚାୟତ ର ଭୂମିକା କଣ ପଞ୍ଚାୟତ ମାଧ୍ୟମ ରେ ଜନ ସାଧାରଣ କିଭଳି ଭାବେ ଉପକୃତ ହେଇ ପାରିବେ ତାହା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଗରିବ ନିଷ୍ପେସିତ ବ୍ୟକ୍ତି ଙ୍କୁ ଚୟନ କରାଯାଇ ଅତିଥି ଓ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଖାଉଟି କାର୍ଡ ବଣ୍ଟନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ କୁ ଜି ପି ଡି ଓ ସୁଶ୍ରୀ ସଙ୍ଗୀତା ନାୟକ ସଂଯୋଜନା କରିଥିବା ବେଳେ ବିପିଏମ୍ ଜୟଦେବ ପ୍ରଧାନ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *