ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଗଣିଆ – ଗଣିଆ ବ୍ଳକ ପରିସରରେ ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ବିଡ଼ିଓ ସାଗର କୁମାର ନନ୍ଦ,ସିଡିପିଓ ଉଷାରାଣୀ ସାହୁ,ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକର ୧୫ଟି ସ୍ବୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ । ସେଥିମଧ୍ୟରୁ ସତ୍ୟ ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀ,ସାଇ ସ୍ବୟଂ ସହାୟକ ଗୋଷ୍ଠୀ,ମା ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ,ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ,ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ,ମା ସାରଳା ସ୍ବୟଂ ସହାୟକ ଗୋଷ୍ଠୀ,ମା ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ,ମା ଦକ୍ଷିଣକାଳୀ ସ୍ବୟଂ ସହାୟକ ଗୋଷ୍ଠୀ,ମା ବଙ୍କାମୁଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀ,ବିଶ୍ବ ଭାରତୀ ସ୍ବୟଂ ସହାୟକ ଗୋଷ୍ଠୀଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀ,ମା ସୁଭଦ୍ରା ସ୍ବୟଂ ସହାୟକ ଗୋଷ୍ଠୀ,ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ, ମା ପୂର୍ଣ୍ଣମାସୀ ସ୍ବୟଂ ସହାୟକ ଗୋଷ୍ଠୀ,ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିଥିଲେ ।

ସେମାନେ ପିଠା ସରଞ୍ଜାମ ଘରୁ ଆଣିଥିବା ବେଳେ ବ୍ଳକ ତରଫରୁ ଗ୍ୟାସ ସିଲିଣ୍ଡର ଏବଂ ଚୂଲା ଯୋଗାଇ ଦିଆଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବିପିସି ପ୍ରଭାକର ଦାସ,ବିଏଲସି ଅମ୍ବିକା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମା ଦକ୍ଷିଣକାଳୀ ସ୍ବୟଂ ସହାୟକ ଗୋଷ୍ଠୀ,ଗଣିଆ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାକୁ ମନୋନୀତ ହୋଇଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ।