୧୮ ତାରିଖ ରେ ବ୍ଲକ ଘେରିବ କଂଗ୍ରେସ

ରାଜ୍ଯ ରେ ଶାସକ ଦଳ ଦୁର୍ନୀତିକୁ ଅସ୍ତ୍ର କରିଛି ବିଭିନ୍ନ ସରକାରୀ ଯୋଜନାରେ ଦଳୀୟ କର୍ମୀଙ୍କୁ ସାମିଲ କରି ସେମାନଙ୍କ ଆୟ ବଢାଉଛି ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ଜିଲ୍ଲାରୁ ସଚିବାଳୟ ସବୁଠି ପିସି କାରବାର ଜୋରଦାର ଚାଲିଛି । ଆବାସ ଭତ୍ତା ଦଳୀୟ କର୍ମୀଙ୍କ ପରିବାର କୁ ମିଳୁଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ କହିଛନ୍ତି, ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଦଳ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି ରାଜ୍ଯ ତଥା କେନ୍ଦ୍ର ସରକାର କୁ ଟାର୍ଗେଟ କରିଥିଲା ସଭାପତି ଶ୍ରୀ ଦାସ କହିଥିଲେ ଯେ ଦରଦାମ ବଢି ଚାଲିଛି ନାରୀ ନିର୍ଯାତନା ଚରମ ସୀମା ରେ ପହଞ୍ଚିଛି ରାଜ୍ଯ ରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି ଏକ ଘରୋଇ କମ୍ପାନି କୁ ଅହେତୁକ ଅନୁକମ୍ପା ପ୍ରଦାନ ପୂର୍ବକ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି ପିସି କାରବାର ପାଇଁ ବିକାଶ ମୂଳକ କାର୍ଯ୍ୟ ଅତି ନିମ୍ନ ମାନର ହେଉଛି,ଚାଷୀ ମାରଣା ନୀତି କୃଷକ ଅତିଷ୍ଠ କରୁଛି ଏଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ ରାଜ୍ଯ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ରେ ଦଳ ବ୍ଲକ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଅଗଷ୍ଟ ୧୮ ତାରିଖ ପ୍ରତି ବ୍ଲକ କାଯ୍ୟାଳୟ ପରିସର ରେ କଂଗ୍ରେସ ପ୍ରତିବାଦ ସଭା କରିବ ବ୍ଲକ ଘେରିବ ସରକାର ଙ୍କ ୯ଟି ବିଫଳ ପ୍ରସଙ୍ଗ କୁ ନେଇ ଦଳ ବିଡିଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ୧୮ ତାରିଖ ସମସ୍ତ ବ୍ଲକ ଘେରାଉ ହେଉଥିବା ବେଳେ,ବନ୍ତ, ଭଣ୍ଡାରି ପୋଖରୀ ବ୍ଲକ ୨୦ ତାରିଖ ଘେରାଉ ହେବ ବୋଲି ଜିଲ୍ଲା କଂଗ୍ରେସ ନିଷ୍ପତ୍ତି ନେଇଛି ଏହି ସମ୍ବାଦିକ ସମ୍ମିଳନୀରେ ଦଳର କାଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାଶ, ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଜିଲ୍ଲା ଅନୁସୂଚି ଜାତି ଓ ଜନଜାତି ସଭାପତି ରଞ୍ଜନ ଜେନା ଟାଉନ କଂଗ୍ରେସ ସଭାପତି ମୋକିବ ଖାନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *