ବ୍ଳକସ୍ତରୀୟ କୁଇଜ୍ ପ୍ରତିଯୋଗିତା

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଶନିବାର ହିଞ୍ଜିଳିକାଟୁ ବ୍ଳକରେ ବ୍ଳକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷାକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସଂଯୋଜନାରେ ଆୟୋଜିତ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ବ୍ଳକର ୯୫ଟି ବିଦ୍ୟାଳୟର ୨୪୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠକୁ ନେଇ ୩ଟି ଭାଗରେ ବିଭକ୍ତ କରାଯାଇଥିଲା । ସରକାରୀ ଏନଏଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଇଓ ଏସ. ଗିରିଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଗାଙ୍ଗୀ ସୁବୁଦ୍ଧି ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଉପକନିଷ୍ଠ ବିଭାଗରେ ପି. ଶିଭାଲି ୧ମ, ନୈନା ମଲିକ ୨ୟ ଓ ଏସ. ଶୁଭ୍ରମଣ୍ୟୁ ୩ୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗରେ ପ୍ରତ୍ୟୁଷ ମହାରଣା ୧ମ, ଶୁଭମ ବେହେରା ୨ୟ ଓ ଓମକାର ପାଣିଗ୍ରାହୀ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବିଭାଗରେ ଦିପକ ପ୍ରଧାନ ପ୍ରଥମ, ସମରେନ୍ଦ୍ର ନାହାକ ଦ୍ୱିତୀୟ ଓ ସାନୁ ସାବତ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ୨ଟି ଲେଖାଏଁ ପାଠ୍ୟ ଉପଯୋଗୀ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାକ୍ଷିକାରୀ ସୁଶିଳ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ର ପରିଚାଳନା କରିଥିବା ବେଳେ ସ୍ଥାନୀୟ ବ୍ଳକର ସମସ୍ତ ବିଆରସିସି ଓ ସିସଆରସିସି ବୃନ୍ଦ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *