ନିର୍ମାଲ୍ୟ ନର୍ସିଂହୋମ ରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ନିମାପଡା :- ସାରା ରାଜ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତ ର ଅଭାବ ଦେଖାଦେଇଥିବାର ଦେଖି ପୁରୀ ଜିଲ୍ଲାର ଚାରିଛକ ନିର୍ମାଲ୍ୟ ନର୍ସିଂହୋମ ର ଏମ ଡି ଛବି ରାୟ ଙ୍କ ନିର୍ଦ୍ଦେଶରେ ଏକ ନର୍ସିଂହୋମ ପରିସର ମଧ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିମାପଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ ଫିତା କାଟି ଉଦଘାଟନ କରିଥିଲେ ।ଏହି ଶିବିରରେ ସମ୍ନାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୧୯ ନଂ ଜିଲାପରିସଦ ପ୍ରଦୀପ ଖଟୋଇ ,ଡକ୍ଟର ରଞ୍ଜିତ ମହାପାତ୍ର , ଡକ୍ଟର ପିୟୁସ ରଞ୍ଜନ ସାହୁ ,ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ରକ୍ତଦାନ ବିଷୟରେ ବୁଝାଇ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳରୁ ଅରକ୍ଷିତ ଭୋଇ ,ଶଙ୍କର ସ୍ୱାଇଁ ,ଅଭିମନ୍ୟୁ ପଣ୍ଡା ,ତ୍ରିଲୋଚନ କର ,ଗଙ୍ଗାଧର ବେହେରା ବିକାଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିବା ସହ ରକ୍ତ ଦାନ କରିବାକୁ ଆସିଥିବା ଯୁବକ ମାନଙ୍କୁ ଉର୍ଚାହ କରିଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ନିର୍ମାଲ୍ୟ ନର୍ସିଂହୋମ ର ପ୍ରପାଇଡ଼ର ବିଶ୍ଵଜିତ ମହାନ୍ତି ,ପରିଚାଳନା କରିଥିଲେ ଆଶୁତୋଷ ବାରିକ ,ବ୍ରହ୍ମାନନ୍ଦ ଭୋଇ ,ବିଶ୍ଵନାଥ ଦାସ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *