ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ ତରଫରୁ ଅୟୋଜିତ ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ନମୁନା ସଂଗୃହିତ
ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ ତରଫରୁ ଅୟୋଜିତ ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ନମୁନା ସଂଗୃହିତ।ବ୍ରହ୍ମପୁର: ସ୍ୱାମୀ ବିବେକାନନ୍ଦ ସେବା ସଙ୍ଘ ଆଙ୍କୁଶପୁର ଆନୁକୂଲ୍ୟରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟର ସହଯୋଗୀତରେ ଏକ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ତେବେ ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଅଛି। ଶିବିରକୁ ସଦର ଥାନା ଅଧିକାରୀ ଶ୍ରୀ ରାମ ସୁବ୍ରମନ୍ୟମ ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ବରିଷ୍ଠ ଆୟୁର୍ବେଦ ବିଶେଷଜ୍ଞ ଡା. ବିମଲ କୁମାର ପଣ୍ଡା ଓ ପ୍ରଫେସର ଚିନ୍ମୟ ଭବାନୀ ପ୍ରସାଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଡା ସ୍ୱପ୍ନ ସ୍ୱୟଂପ୍ରଭା, ଡା. ସୁବ୍ରତ କୁମାର ଓଝା, ଡା. ଅଂଶୁମାନ ବିଶ୍ବାଳ ଙ୍କ ସମେତ ସମ୍ବର୍ଦ୍ଧିତ ପ୍ରତିଭା ବ୍ୟକ୍ତିତ୍ୱ ଭାବରେ ବିଶିଷ୍ଠ ପ୍ରକୃତି ପ୍ରେମୀ ବନମାଳୀ ପ୍ରଧାନ, ଶିକ୍ଷାବିତ ଶ୍ରୀମତୀ ରାମେଶ୍ୱରୀ ନନ୍ଦ ଓ ଆଇନଜୀବୀ ତଥା ସାମ୍ବାଦିକ ନାରାୟଣ ମହାଙ୍କୁଡ଼ ଯୋଗଦାନ ଦେଇଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାର ତରଫରୁ ରକ୍ତ ସଂଗ୍ରହ ପାଇଁ ଏକ ସ୍ୱତନ୍ତ୍ର ଟିମ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଅନିଲ କୁମାର ଚୌଧୁରୀ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣା କୋଷାଧ୍ୟକ୍ଷ T. ମୁକୁନ୍ଦ ଦୋରା, P. ପୁରୁଷୋତ୍ତମ, ଶ୍ୟାମ ସୁନ୍ଦର ରାଓ, G. ଶ୍ରୀନିବାସ ରାଓ, ବସନ୍ତ କୁମାର ସାହୁ, ମନୋଜ କୁମାର ପଣ୍ଡା, ନାରାୟଣ ରାଉଳ, ସୁଶାନ୍ତ କୁମାର ସାହୁ, ମିଟୁ ସାହୁ, B. ଶ୍ରୀନିବାସ ରାଓ, ଦୁର୍ଯ୍ୟୋଧନ ସେଠି ସୁକାନ୍ତ କୁମାର ସାହୁ, ସନ୍ତୋଷ ବେହେରା, ନିର୍ମାଲ୍ୟ ଗୌଡ଼, ନିରଞ୍ଜନ ସାହୁ, ସଞ୍ଜୟ କୁମାର ସାହୁ, ସୁଶାନ୍ତ କୁମାର ଗୌଡ଼, ଅଙ୍କିତ ମହାରଣା, ଅସିତ ସାହୁ, ନିର୍ଜରା ମହାରଣାଙ୍କ ସମେତ ଅନେକ ସଂଘର ସଦଶ୍ୟ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।