ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରକ୍ତ ଦାନ ଶିବିର

ଆଜି ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରକ୍ତ ଦାନ ଶିବିର ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି | ସମ୍ବାଦର ଭଞ୍ଜନଗର ପ୍ରତିନିଧି ବିଶ୍ୱମ୍ବର ଜେନା ଙ୍କ ନେତୃତ୍ୱରେ ଏହି ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ଫିତା କାଟି ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ |ଏହି ଆୟୋଜିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଧୀରେସ କୁମାର ଦାସ, ଚିକିତ୍ସାଳୟ ଅଧକ୍ଷ ସୀତାଂଶୁ ଶେଖର ଶତପଥୀ, ଚିକିତ୍ସାଳୟ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ବିଶିଷ୍ଠ ସମାଜ ସେବି ଶୁଳପାଣି ଶତପଥୀ, ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ ଓ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ଅରକ୍ଷିତ ପରିଛା ଯୋଗଦେଇଥିଲେ |ପ୍ରଥମେ ସମ୍ବାଦ ପ୍ରତିନିଧି ବିଶ୍ୱମ୍ବର ଜେନା, ଯୁବ ସାମ୍ବାଦିକ ନିଲୁ ବିଷୋୟୀ ଙ୍କ ସହିତ ମୁଜାଗଡ଼ ଗ୍ରାମ ପୂର୍ବତନ ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ସହିତ ରକ୍ତଦାନ କରିବାକୁ ଆସିଥିବା ଯୁବକମାନଙ୍କୁ ଉତ୍ସାହିତ କରିବା ସହିତ ସଚେତନତା କରାଇଥିଲେ |