ଅଲ୍ ଓଡିଶା ଗୋପାଳ ସମାଜ ର ମିଶନ ରକ୍ତଦାନ ଶିବିର

ଗତ ରବିବାର ଦିନ ଅଲ୍ ଓଡିଶା ଗୋପାଳ ସମାଜ ତରଫରୁ ମିଶନ୍ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା।, ରାଜଧାନୀ ଭୁବନେଶ୍ଵର ମୁଖ୍ୟ ହସ୍ପିଟାଲ ପରିସରରେ ଏହି ରକ୍ତଦାନ ଶିବିରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିଜୟ କୁମାର ଦାସ ରକ୍ତଦାନ କରିବାର ଶୁଭାରମ୍ଭ କରିଥିଲେ। ନିଜେ ରକ୍ତଦାନ କରି, ସମସ୍ତଙ୍କୁ ରକ୍ତଦାନ ପରି ଏକ କାମ କରି ଅନେକ ଜୀବନର ସୁରକ୍ଷା ପାଇଁ ଆହୁଆନ କରିଥିଲେ। ରକ୍ତଦାନ ସବୁଠାରୁ ବଡ଼ ଦାନ। ଯେତେବେଳେ ରକ୍ତ ବିନା ରୋଗୀର ଜୀବନ ଦୀପ ସରିଆସେ, ସେତେବେଳେ ଏହି ଦାନ ରୁ ମିଳିଥିବା ରକ୍ତ ମଣିଷ ଟିକୁ ଜୀବନ ଦାନ ଦେଇଥାଏ। ଏହି ପୁଣ୍ୟ କାମ ପାଇଁ ସେ ଉପସ୍ଥିତ ସମସ୍ତ ସମାଜସେବୀ ତଥା ରକ୍ତଦାତା, ସାଧାରଣ ଜନତାଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟ ସଂପାଦକ ନାରାୟଣ ଡାକୁଆ ଙ୍କ ତତ୍ତ୍ଵାବଧାନରେ ବହୁ ସ୍ବେଚ୍ଛାସେବୀ ରକ୍ତଦାନ କରିବାକୁ ଆସିଥିଲେ। ରକ୍ତଦାନ ମହତ୍ ଦାନ, ଲୋକ ହିତ ପାଇଁ ସବୁବେଳେ ସବୁ ପ୍ରକାର ଲୋକଙ୍କ ଦ୍ବାରା ଏହା ଏକ ଲୋହିତ ବିପ୍ଳବରେ ପରିଣତ ହେବା ଉଚିତ। ଏହି ଦାନ ରୁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୁଏ। ତେଣୁ ରକ୍ତଦାନ କୁ ଲୋହିତ ବିପ୍ଳବରେ ପରିଣତ କରିବା ପାଇଁ ରାଜ୍ୟ ଗୋପାଳ ସମାଜ ତରଫରୁ ମିଶନ୍ ରକ୍ତଦାନ ଶିବିର ମାଧ୍ୟମରେ କାମ କରା ଯାଉଛି। ଏହି ରକ୍ତଦାନ ଶିବିରରେ ରାଜ୍ୟ ଉପସଭାପତି ଶ୍ରୀ ମନୋଜ କୁମାର ଦାସ, ରାଜ୍ୟ ମହିଳା ସଂପାଦିକା ପ୍ରଭାତୀ ବେହେରା, ରାଜ୍ୟ ଯୁବ ସଭାପତି ବଳରାମ ଵର୍ଗତ୍ତି, ରାଜ୍ୟ ସାଙ୍ଗଠନିକ ସଂପାଦକ ଚିତ୍ତରଞ୍ଜନ ଙ୍କସ, ରାଜ୍ୟ ଯୁବ ସଂପାଦକ ନାରାୟଣ ବେହେରା, ଯାଜପୁର ଜିଲ୍ଲା ସଭାପତି ସରୋଜ ବାରିକ, ମହିଳା ଉପସଭାପତି ଲକ୍ଷ୍ମୀପ୍ରିୟା ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ସୋର୍ଣ୍ଣଲତା ବେହେରା,ସହସପାଦିକା ମାନ ବେହେରା, ଆଠଗଡ଼ ବ୍ଳକ ସଂପାଦିକା ଶ୍ରଦ୍ଧାଞ୍ଜଳି ବେହେରା, ଜଗତସିଂହପୁର ଜିଲ୍ଲା ମହିଳା ଉପସଭାପତି ପୁଷ୍ପାଞ୍ଜଳୀ ବେହେରା, କଟକ ସହରାଞ୍ଚଳ ସଂପାଦକ ପିତ୍ତଵାସ ଗୟା, ରାଜ୍ୟ ମହିଳା କୋଷାଧ୍ୟକ୍ଷ ସୁଈନା ବେହେରା, ଆଠଗଡ଼ ସାଙ୍ଗଠନିକ ସଂପାଦିକା ମୋହିନୀ ବେହେରା ସମେତ ତିରିଶ ଜଣ ରକ୍ତଦାତା କୋଡିଏ ଇଉନୀଟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ କାପିଟାଲ ହସ୍ପିଟାଲ ର ରକ୍ତଭଣ୍ଡାରର ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ମିଶ୍ର ଶେଷରେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ,ଓ ରକ୍ତ ଦାନ କରିଥିବା ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହିଭଳି ମହାନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଆଉ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଥିଲେ। ପ୍ରାୟ ଦିନ ୩,୩୦ ମିନିଟ ପରେ ଏ ମିଶନ ରକ୍ତଦାନ ଶିବିର ଆୟୋଜନ ଶେଷ ହୋଇଥିଲା।

ରିପୋର୍ଟ ଅମିୟ କୁମାର ଜେନ

Leave a Reply

Your email address will not be published. Required fields are marked *