ବୋତଳମା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓଡିଶା ମୋପରିବାରର ଜୀବନବିଂଦୁ କାର୍ଯ୍ୟକ୍ରମ ଦ୍ବାରା ବେଗୁନିଆ ନିର୍ବାଚନମଣ୍ଡଳୀର ବିଜୁଜନତାଦଳ ତରଫରୁ ବୋତଳମା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରଠାରେ ୧୮ତାରିଖଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ ଶ୍ରୀ ରାଜେଂଦ୍ରକୁମାର ସାହୁ ଉଦଘାଟନ କରିଥିଲେ। ଏଥିରେ ବୋତଳମା ଗ୍ରାମର ଶାରିରୀକ ଅକ୍ଷମବ୍ୟକ୍ତି ଦ୍ଵିଜବର ସାମନ୍ତରାୟ ରକ୍ତଦାନ
କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ।ଏହାକୁ ବୋତଳମାସରପଂଚ ଶ୍ରୀ ପ୍ରମୋଦକୁମାର ଦଳେଇ ପରିଚାଳନା କରିଥିବାବେଳେ ଏହି ରକ୍ତଦାନଶିବିରରୁ ସମୁଦାୟ ୫୦ ୟୁନିଟରକ୍ତ ସଂଗ୍ରହ ହୋଇଥିଲା।ଏହିକାର୍ଯ୍ୟକ୍ରମରେ ବ୍ଲକଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧିଓଆତ୍ମାଅଧ୍ୟକ୍ଷ ଦୀପ୍ତିରଂଜନସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉସାହିତ କରିଥିଲେ । ଖୋର୍ଦ୍ଧାବ୍ଲଡବ୍ୟାଙ୍କର କର୍ମକର୍ତା ରକ୍ତ ସଂଗ୍ରହ କରିଥିଲେ।