ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସାରଦା ମଣ୍ଡପ ଠାରେ ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଆହ୍ୱାନ କ୍ରମେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିରରେ ୧୦୪ ୟୁନିଟ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଜିଲ୍ଳା ବରିଷ୍ଠ ବିଜେଡ଼ି ଉପସଭାପତି ଶ୍ରୀଯୁକ୍ତ ଦିପ୍ତିରଞ୍ଜନ ଦାସ, ନଗର ବିଜେଡ଼ି ସଭାପତି ଶ୍ରୀଯୁକ୍ତ ପ୍ରିୟବ୍ରତ ମହାପାତ୍ର,ଶ୍ରୀଯୁକ୍ତ ମଧୁସୂଦନ ସାହୁ, ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ବ୍ଲକ ଅଧକ୍ଷା ଶ୍ରୀମତି କନକ ପ୍ରଭା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ପ୍ରମୁଖ ବହୁ ମାନ୍ୟଗଣ୍ୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ ।
ଜଗତସିଂହପୁର ରୁ ରୀତା ସାହୁ