ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ଓ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଦ୍ରକ -୧୪।୭-:ଆମ ଓଡିଶା ପକ୍ଷରୁ ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟକ୍ରମ ଧାମନଗର ସ୍ଥିତ ଗୋବିନ୍ଦପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବି ନାରାୟଣ ଖିଲାରଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥିଭାବେ ସଂଘର ଉପଦେଷ୍ଟା ପ୍ରକାଶ ମହାପାତ୍ର, ରାମ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ଵାଣିକବି ମାଟିର ମହକ ପଣ୍ଡିତ ଦୟାନିଧି ମିଶ୍ର, ରାଜ୍ୟ ସଂଗଠନ ସମ୍ପାଦକ ପ୍ରଦୀପ ମହାପାତ୍ର, ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ସନ୍ତୋଷ ଦାସ ସାମ୍ବାଦିକ ସୁଧାକର ଦାଶ, ରାଜେନ୍ଦ୍ର ଶତପଥି, ମାନ ଗୋବିନ୍ଦ ନାୟକ, ସେକ ଜାଫର ଅଲି, ସୁଶାନ୍ତ ରାଉତ, ଜଗନ୍ନାଥ ବେହେରା,ମାନସ ପରିଡା, ସଂଜୀବ ନାୟକ, ସ୍ୱରାଜ ବାର୍ତ୍ତା ସାମ୍ବାଦିକ ଶ୍ରୀ ଅଭୟ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ ନାୟକ, ପିତାମ୍ବର ଦାସ, ସାଧନ ଧର,ପ୍ରଦୀପ ବାରିକ, ପ୍ରଶାନ୍ତ ସାହୁ, ମନୋଜ ବାରିକ ପ୍ରମୁଖ ଯୋଗଦେଇଥିଲେ, ଏହି ଅବସରରେ ରାଧାବଲ୍ଲଵ ପୁର ସରପଞ୍ଚ ଶ୍ରୀମତୀ ଟୁନିଵାଳା ବିଶ୍ୱାଳ, ସମାଜସେବୀ କୃଷ୍ଣ ଚନ୍ଦ୍ର ବେହେରା, ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାତ ଜେନା, ସାମ୍ବାଦିକ ରାଜେଶ ଗୋସ୍ୱାମୀଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

Leave a Reply

Your email address will not be published. Required fields are marked *