କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା. ଏଥିରେ ଏସଡିଓ ଶ୍ରୀ ଚିରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ପାଟଣା ଜେଇ ଶ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା ଜେଇ ଶ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀ ଙ୍କ ସହଯୋଗ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି.
ଏହି ରକ୍ତ ଦାନ ଶିବିର ରେ ପାଟଣା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ଜଗନାଥ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଫିତା କାଟି ଶୁଭାରମ୍ଭ କରିଥିଲେ ଓ ତୁରୁମୁଙ୍ଗା ଥାନା ଅଧିକାରୀ ଶ୍ରୀ ବୈଦ୍ୟନାଥ ସାହୁ ସାନମାନୀୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ. ସର୍ବ ପ୍ରଥମେ ଏସଡିଓ ଶ୍ରୀ ଚିରଂଜିତ ସାହୁ ଏବଂ ଥାନା ଅଧିକାରୀ ଶ୍ରୀ ବଦ୍ୟନାଥ ସାହୁ ରକ୍ତଦାନ କରି ରକ୍ତ ଦାନ ଶିବିର ରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ. ଏହି ରକ୍ତ ଦାନ ଶିବିରରେ ମୋଟ 53ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା.ଏଠାରେ ସରକାର ଙ୍କ ର କୋଭିଡ ନିୟମ କୁ ପାଳନ କରାଯାଇ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା