ଅଗ୍ନିଶମ ଓ ଜରୁରୀ କାଳୀନ କେନ୍ଦ୍ର ରେ ରକ୍ତଦାନ ଶିବିର

ଯାଜପୁର ରୋଡ଼ ଅଗ୍ନିଶମ କାର୍ଯ୍ୟାଳୟରେ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଅଗ୍ନିଶମ ଓ ଜରୁରୀ କାଳୀନ କେନ୍ଦ୍ର ଏବଂ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଯାଜପୁରରୋଡ ଏସ୍ଡିପିଓ ସଂଜୟ କୁମାର ପଟ୍ଟନାୟକ, ଆଇନଜୀବୀ ବିବେକାନନ୍ଦ ମହାନ୍ତି, ସମାଜସେବୀ ସନ୍ତୋଷ କୁମାର ମହାନ୍ତି, ସମ୍ବାଦର ଯାଜପୁର ସଂସ୍କରଣ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ତେବେ ଆମ ଓଡ଼ିଶା ରଗଡି ସଂଯୋଜକ ପୀତବାସ ଭୂୟାଁ ଶିବିର ପରିଚାଳନାରେ ସହଯୋଗ କରିଥିଲେ l
ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter