ଶୈଳେନ୍ଦ୍ରୀ ଅତିଥି ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ

ଶୈଳେନ୍ଦ୍ରୀ ଅତିଥି ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ, ୩୫ୟୁନିଟ ରକ୍ତ ସଂଗ୍ରହ
କୋରେଇ ବ୍ଲକ୍ ତଳଗଡ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ସ୍ଥିତ କୃଷ୍ଣନଗର, ଶୈଳେନ୍ଦ୍ରୀ ଅତିଥି ଭବନରେ ଆଜି ପୁରନମଲ୍ କମ୍ପାନି ଓ ସମ୍ବାଦ ଆମ ଓଡ଼ିଆର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସମ୍ବାଦ ଆମ ଓଡ଼ିଆ ସଂଯୋଜକ ପୀତବାସ ଭୂୟାଁ ଓ ପୁରନମଲ୍ କମ୍ପାନିର ଆବାହକ ଶେଖର ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ଯାଜପୁର ରୋଡ଼ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ, ଟାଟା ଷ୍ଟିଲର ପ୍ରୋଜେକ୍ଟ ହେଡ ମନୋଜ କୁମାର ପାଠକ ଓ ଗୋରଖ ନାଥ ସିଂ, ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ସରପଞ୍ଚ, ତଳଗଡ଼ ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରି ରକ୍ତ ଦାତା ମାନଙ୍କୁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ରକ୍ତଦାନ ଭଳି ଜନହିତକାରି କାର୍ଯ୍ୟକୁ ପ୍ରଶଂସା କରିଥିଲେ I ଏହି ଶିବିରକୁ ଯାଜପୁର ଟାଉନ ରକ୍ତ ଭଣ୍ଡାରର କର୍ମଚାରୀ, ସ୍ଥାନୀୟ ସମାଜସେବୀ, ବୁଦ୍ଧିଜୀବୀ ଓ ପୁରନମଲ୍ କମ୍ପାନି ର ସମସ୍ତ କର୍ମଚାରୀ ମାନେ ସହଯୋଗ କରି ସଫଳ କରିଥିଲେ I ତେବେ ଏହି ଶିବିର ରେ ମୋଟ ୩୫ ୟୁନିଟ ରକ୍ତି ସଂଗ୍ରହ ହୋଇଥିବା ସୂଚନା ମିଳିଛି ।
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live