ଆନ୍ତର୍ଜାତିକ ସମବାୟ ବର୍ଷ ରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଲିଃ ଠାରେ ରକ୍ତଦାନ ଶିବିର

ଆନ୍ତର୍ଜାତିକ ସମବାୟ ବର୍ଷ ରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଲିଃ ଠାରେ ରକ୍ତଦାନ ଶିବିର l ଖୋର୍ଦ୍ଧା ତା 24.04.2025ରିଖ :ଆନ୍ତର୍ଜାତିକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଖୋର୍ଦ୍ଧା ଙ୍କ ଅନୁକୁଲ୍ୟରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପରିସରରେ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ଆନ୍ତର୍ଜାତିକ ସମବାୟ ବର୍ଷ ରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତ ର ଅଭାବ କୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ଜିଲ୍ଲା କୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି I ଉକ୍ତ ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହି ଶିବିର କୁ ଉଦ୍ଘାଟନ କରିଥିଲେ I

ଉକ୍ତ ଶିବିରର ଆୟୋଜକ ଶ୍ରୀମତୀ ଅଳକାନନ୍ଦ ଜେନା , ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ , ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ,ଖୋର୍ଦ୍ଧା ଶ୍ରୀମତୀ ଉର୍ମିଳା ଦାସ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀଯୁକ୍ତ ଅଭିଷେକ ସିଂହ ସାମନ୍ତ ,ସମ୍ପାଦକ ଶ୍ରୀ ସାରଥୀ ଶତପଥୀ ,ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ ,ଶ୍ରୀ ତପନ ଦାସ ,ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଏହି ଶିବିରରେ ଉପସ୍ଥିତ ଥିଲେ I ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡାକ୍ତର ସୌରଭ ରାୟ,ଅର୍ଜୁନ ସାହୁ, ଝୁନିଲତା ସାହୁ , ବୀଚିସ୍ମିତା ପୁହାଣ,ଯଶଜୀତ ଚମ୍ପତି ,ଝାନ୍ସୀରାଣୀ ପାତ୍ର,ଲଷ୍ମୀପ୍ରିୟା ପ୍ରଧାନ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ I ଏହି ଶିବିରରେ ବ୍ୟାଙ୍କର କର୍ମଚାରୀ ଭବାନୀ ମୋହନ ସିହ୍ନା,ତପନ କୁମାର ଚୌଧୁରୀ ଜଗନ୍ନାଥ ପାଲ ,ସୁଶାନ୍ତ ପ୍ରଧାନ,ରାକେଶ କୁମାର ପାଇକରାୟ ,ଜ୍ୟୋତିରଞ୍ଜନ ରାଉତରାୟ ,ପ୍ରଭୁ ପ୍ରସାଦ ପଟ୍ଟନାୟକ ଓ ସମିତିର ବରିଷ୍ଠ ସମ୍ପାଦକ ଝଜ ସାମନ୍ତରାୟ ଓ ବିଶ୍ୱନାଥ ମହାରଣା , ଖୋର୍ଦ୍ଧା ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରରେ ମୋଟ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ବ୍ୟାଙ୍କର ସମ୍ପାଦକଙ୍କ ଧର୍ମପତ୍ନୀ ଶ୍ରୀମତୀ ବେବିଲତା ଶତପଥୀ ମଧ୍ୟ ଉକ୍ତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ସହିତ ଉପସ୍ଥିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I