ପହଲଗାଁଓ ଠାରେ ଆତଙ୍କବାଦୀ ନରସଂହାର ବିରୋଧରେ ବି ଏମ ଏସ ଫୁଲବାଣୀ ପକ୍ଷରୁ ପ୍ରତିବାଦ।

କନ୍ଧମାଳ ତା ୨୮/୦୪/୨୦୨୫ ଫୁଲବାଣୀ ଭାରତୀୟ ମଜଦୂର ସଂଘ (ବିଏମ ଏସ) କନ୍ଧମାଳ ଆନୂକୁଲ୍ୟରେ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାମୁ- କାଶ୍ମୀରର ପହଲଗାଁ ଠାରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଅତ୍ୟନ୍ତ ବର୍ବରୋଚିତ ହତ୍ୟା ବିରୋଧରେ ଏକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।ପାକିସ୍ତାନୀ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ବର୍ବରୋଚିତ ଭାବେ ନରସଂହାର କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କ ସମ୍ମାନର୍ଥେ ଭାରତୀୟ ମଜଦୂର ସୄଂଘ କନ୍ଧମାଳ ,ଫୁଲବାଣୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକୁ ଉପସ୍ଥିତ ଜନସାଧାରଣ ନିନ୍ଦା କରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ଧ୍ୱନି ଦେଇଥିଲେ।ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟ କଳାପକୁ ଦୃଢ ହସ୍ତରେ ଦମନ କରିବାକୁ ସରକାର ଙ୍କୁ ଦାବୀ କରିଥିଲେ।

ପାକିସ୍ତାନ ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ସମସ୍ତେ ଦୃଢ ନିନ୍ଦା କରିଥିଲେ। ଭାରତୀୟ ମଜଦୂର ସଂଘ ଜିଲା ସଭାପତି ଅଶୋକ ପରିଡା, ପ୍ରମୋଦ ସାହୁ,ପ୍ରଶାନ୍ତ ପ୍ରଧାନ, ଭିକି ପ୍ରଧାନ, ସମ୍ପାଦକ କାହ୍ନୁ ଚରଣ ବେହେରା, ପ୍ରିୟ ରଞନ ଚୌଧୁରୀ,ଲଳିତ କୁମାର ମଲ୍ଲିକ, ମଞୁଳା ପାଣୀଗ୍ରାହୀଙ୍କ ସହ ବରିଷ୍ଠ ନାଗରିକ ସଂଘର ପ୍ରଣବ ମଣ୍ଡଳ,ନବୀନ କିଶୋର ପଣ୍ଡା,ବଂଶୀଧର ପଣ୍ଡା, ନବ କିଶୋର ରଥ,ପ୍ରଶନ୍ନ ନାୟକ, ପଦ୍ମ ଚରଣ ସ୍ୱାଇଂ,ପ୍ରିୟ ନାଥ ଶର୍ମା, ପଦ୍ମ ଚରଣ ମହାନ୍ତି, ବ୍ରଜ ପଟ୍ଟନାୟକ ଓ ଯୁବକ ସଂଘର ଆକାଶ ପଟ୍ଟନାୟକ, ଗୁଡୁ ପ୍ରଧାନ, ପରେଶ ମହାପାତ୍ର,,ଶଙ୍କର ମହାନ୍ତି, ରଶ୍ମି ଚୌଧୁରୀ ଜିଲ୍ଲା କଳିଙ୍ଗ ସେନା ସଭାନେତ୍ରୀ ସୋନାଲିକା କଁହର ପ୍ରମୁଖ ବହୁ ବ୍ୟକ୍ତି ପାକିସ୍ଥାନ ପ୍ରୟୋଜିତ ଇସଲାମିକ ଆତଙ୍କବାଦର ମୁଳୋତ୍ପାଟନ ପାଇଁ ପ୍ରତିବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *