“କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ସାଙ୍ଗକୁ ନାମ ସଙ୍କୀର୍ତ୍ତନ “
କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ସାଙ୍ଗକୁ ନାମ ସଙ୍କୀର୍ତ୍ତନ ଓଡ଼ିଶାର ପୁରପଲ୍ଲୀରେ ମହାସମାରୋହରେ ପାଳନ କରାଯାଏ।ଏହି ମାସ ରେ ଶ୍ରଦ୍ଧାଳୁମାନେ ପଞ୍ଚକ ବୁଡ଼ ପକାଇଥାନ୍ତି।ହବିଶ୍ୟାଳି ମାନେ ବ୍ରତ ରଖନ୍ତି। ପୂର୍ଣ୍ଣିମା ରେ ପ୍ରତ୍ୟେକ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ନାମ ସଙ୍କୀର୍ତ୍ତନ। ଆସିକା ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ରୂଷିକୂଲ୍ୟା ସଂଗମ ସ୍ଥଳ ରେ ପଞ୍ଚକ ବୁଡ଼ ପକାଇ ବୋଇତ ବନ୍ଦାଣ ଉତ୍ସବରେ ନିଜକୁ ନିୟୋଜିତ କରିଥିଲେ।ଏହିଅଞ୍ଚଳ ର ପୂର ପଲୀ ରେ ନାମ ସଙ୍କୀର୍ତ୍ତନ ବଡ଼ ଧୁମ୍ ଧାମରେ ପାଳନ କରିଥାନ୍ତି। ନରସିଂହ ପଲୀ ଠାରେ ଅଷ୍ଟ ଶମ୍ଭୁ ବିଦ୍ୟ ମାନେ ସ୍ବୟଂ ପ୍ରଭୁ ଶ୍ରୀରାମ ବନବାସ କାଳରେ ଏହିଠାରେ ବେଲେଶ୍ୱର ମହାଦେବ ଙ୍କୁ ପ୍ରତିଷ୍ଠା କରିଥିଲେ।ପଢାଳ ଗ୍ରାମ ରେ ଓ ନରସିଂହ ପଲୀ ରେ ବଡ଼ ଧୁମ୍ ଧାମରେ ନାମ ସଙ୍କୀର୍ତ୍ତନ ପାଳିତ ହୋଇଥିଲା। ନରସିଂହ ପଲୀ ରେ ଗୋପିମାହାନ୍ତି, ସନ୍ୟାସୀ ନାହାକ, ସୀମା ମାହାନ୍ତି,ବିଜୟ ନାହାକ, ମଂଗଳୁ ନାହାକ ପ୍ରମୁଖ ନାମ ସଙ୍କୀର୍ତ୍ତନ ରେ ଭାଗ ନେଇଥିଲେ।
ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ