ପୁସ୍ତକ ‘ବିଗତ ବ୍ୟକ୍ତିତ୍ଵ’ ଲୋକାର୍ପିତ

ଜଟଣୀ ତା୨୩-୬-୨୫ ଜଟଣୀ ସ୍ଥିତ ବନମାଳୀ ଶତପଥୀ ପାଠାଗାର ଆନୁକୁଲ୍ୟରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଉତ୍ତରାୟଣୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସୀତାକନ୍ତ ଶତପଥୀ ଙ୍କ ଦ୍ଵାରା ଲିଖିତ ପୁସ୍ତକ “ବିଗତ ବ୍ୟକ୍ତିତ୍ଵ” ଯାହା ଜଟଣୀ ମାଟିର ସୁନାମ ଧନ୍ୟ ବ୍ୟକ୍ତିମାନଙ୍କର ନାମକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସାଧୁ ଉଦ୍ୟମ, ତାର ପୁସ୍ତକ ସମୀକ୍ଷା କରିଥିଲେ କନ୍ତିଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ସୁକାନ୍ତି ମହାପାତ୍ର । ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ବନମାଳୀ ପାଠାଗାରର ସଭାପତି ଶ୍ରୀ ବିରେନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ । ବରିଷ୍ଠ ସାମ୍ବାଦିକ ଶ୍ରୀ ରାଧାମାଧବ ମିଶ୍ର,ଶ୍ରୀ ମନୋରଞ୍ଜନ ମିଶ୍ର, କଂଗ୍ରେସର ଯୁବ ନେତା ଶ୍ରୀ ବିଶ୍ୱ ରଞ୍ଜନ ମହାନ୍ତି, ବିଜେପି ମୁଖପାତ୍ର ଶ୍ରୀ ଅନିଲ କୁମାର ବିଶ୍ଵାଳ, ଶ୍ରୀ ବିଭୁଦେନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇ ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ ।

ଶ୍ରୀ ସୀତାକାନ୍ତ ଶତପଥୀ ପୂର୍ବରୁ ବିଗତ ବ୍ୟକ୍ତିତ୍ଵ ପୁସ୍ତକର ପ୍ରଥମ ଭାଗ ପ୍ରକାଶିତ କରିଥିବାବେଳେ ଏହା ତାଙ୍କର ଦ୍ବିତୀୟ ଭାଗ ପ୍ରକାଶନ ବୋଲି ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଜଟଣୀ ମାଟିକୁ ଗୌରବାନ୍ଵିତ କରିଥିବା ବ୍ୟକ୍ତିତ୍ବମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସାହିତ୍ୟିକ ସୀତାକାନ୍ତ ଶତପଥୀ ଙ୍କ ଉଦ୍ୟମକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯିବା ସହ ଆଗକୁ କଲମ ଜାରି ରଖିବାପାଇଁ ଆସିଥିବା ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ଶେଷରେ ସମ୍ବାଦ ସାହିତ୍ୟ ଘର ଜଟଣୀର ସମ୍ପାଦକ ଶ୍ରୀ ଚକ୍ରଧର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *