ଖୁବ୍‌ଶୀଘ୍ର କୋୱିନ ପୋର୍ଟାଲ୍‌ରେ ମିଳିବ ବୁଷ୍ଟର ଡୋଜ୍‌ କୋଭୋଭାକ୍ସ, ଡୋଜ୍ ପିଛା ୨୨୫ ଟଙ୍କା

ନୂଆଦିଲ୍ଲୀ : ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କମୁଛି ଟିକାକରଣ । ସଂକ୍ରମଣ ବୃଦ୍ଧିକୁ ଦେଖି ସେରମ ଇନଷ୍ଟିଚ୍ୟୁଟ୍‌ରର କୋଭୋଭାକ୍ସକୁ କୋୱିନ ପୋର୍ଟାଲ୍‌ରେ ରେଜିଷ୍ଟର୍ କରିବାକୁ ଅନୁମତି ଦେଇଛନ୍ତି । ବୟସ୍କଙ୍କ ପାଇଁ ହେଟେରୋଲୋଗସ ବୁଷ୍ଟର ଡୋଜ୍ ଭାବେ କୋଭୋଭାକ୍ସକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ସୂଚନା ଯେ, ଟିକାକୁ ମଞ୍ଜୁରୀ ଦେବାକୁ ଗତ ମାର୍ଚ୍ଚ ୨୭ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ। ଆଉ କିଛିଦିନ ପରେ କୋୱିନ୍ ପୋର୍ଟାଲ୍‌ରେ ଏହି ଟିକା ଉପଲବ୍ଧ ହେବ। ଡୋଜ୍‌ ପ୍ରତି ମାତ୍ର ୨୨୫ ଟଙ୍କା ମିଳିବାକୁ ଥିବା ବେଳେ ଜିଏସ୍‌ଟି ବି ଲାଗିବ।

ସ୍ତ୍ରୀ ସିଂହଙ୍କ ସୂଚନା ଅନୁସାରେ, ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ କୋଭୋଭାକ୍ସର ଡିସିଜିଆ, ଡବ୍ଲୁଏଚ୍‌ଓ ଓ ୟୁଏସ୍‌ଏପ୍‌ଡିଏ ଅନୁମତି ଦେଇସାରିଛନ୍ତି। ତେଣୁ କୋୱିନ ପୋର୍ଟାଲ୍‌ରେ ଏହାକୁ ପଞ୍ଜିକୃତ କରାଯିବା ଉଚିତ ବୋଲି ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଯେଉଁମାନେ ପୂର୍ବରୁ କୋଭିଶିଲ୍ଡ କିମ୍ବା କୋଭାକ୍ସିନ ଟିକା ନେଇସାରିଥିବେ ସେମାନଙ୍କୁ ସେମାନଙ୍କୁ କୋଭୋଭାକ୍ସ ଦିଆଯାଇପାରିବ।

Leave a Reply

Your email address will not be published. Required fields are marked *