ବ୍ରହ୍ମ କୁମାରୀ ଶିବବରଦାନୀ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା

ବ୍ରହ୍ମ କୁମାରୀ ଶିବବରଦାନୀ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଏହି ସହର ନିକଟସ୍ଥ ଦାମୋଦର ପଲ୍ଲୀ ବ୍ରହ୍ମ କୁମାରୀ ସ ଶିବବରଦାନୀ ଓ ଆଡଭାନସଡ ଆଇ କେୟାର ହସ୍ପିଟାଲ ଭୁବନେଶ୍ୱର ଦ୍ଵାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରତି ୩ ମାସରେ ଥରେ ଚକ୍ଷୁ ବିଶେଷଜ୍ଞ ଦ୍ଵାରା ଚକ୍ଷୁ ପରୀକ୍ଷା, ମାଗଣା ଔଷଧ ପ୍ରଦାନ ଓ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ସମ୍ପୁର୍ଣ୍ଣ ମାଗଣାରେ ହୁଏ। ଏହାର ନେତୃତ୍ବ ନିଅନ୍ତି BK ଯମୁନା ଭଉଣୀ। ବ୍ରହ୍ମ କୁମାରୀ ଶିବବରଦାନୀ ଭବନକୁ ବହୁସଂଖ୍ୟାରେ ଚକ୍ଷୁ ରୋଗୀ ଆସନ୍ତି ଚିକିତ୍ସା ପାଇଁ। ରୋଗୀ ଙ୍କ ଚକ୍ଷୁ ପରୀକ୍ଷା, ମାଗଣା ଔଷଧ ପ୍ରଦାନ ସାଂଗ କୁ ସୁସ୍ଵାଦୁ ବ୍ୟଞ୍ଜନ ର ବ୍ୟବସ୍ଥା କରନ୍ତି। ଆଡଭାନସଡ ଆଇ କେୟାର ହସ୍ପିଟାଲ ଭୁବନେଶ୍ୱର ରୁ ଆସିଥିବା ଚକ୍ଷୁ ବିଶେଷଜ୍ଞ ଦ୍ଵୟ ଚକ୍ଷୁ ପରୀକ୍ଷା କରନ୍ତି,ଯାହାର ମୋତିଆବିନ୍ଦୁ ହୋଇଛି। ସେମାନଙ୍କୁ ଭୁବନେଶ୍ୱର ଚକ୍ଷୁ ହସ୍ପିଟାଲ କୁ ନେଇ ସେଠାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାନ୍ତି।ଏହି ଅପରେସନ ସମ୍ପୁର୍ଣ୍ଣ ମାଗଣାରେ ହୁଏ।ରୋଗି ଓ ସମ୍ପର୍କୀୟ ଙ୍କ ଯାତାୟାତ ଖର୍ଚ୍ଚ BK ଯମୁନା ଭଉଣୀ ବହନ କରନ୍ତି। ଏହାକୁ ଅନ୍ୟମାନେ ସହଯୋଗ କରନ୍ତି ଯଥା:-ଶାନ୍ତି ଭଉଣୀ,ଜାନୁ ଭାଇ, ଶୁଶାନ୍ତ ଭାଇ, ଅଭିମନ୍ୟୁ ଭାଇ ଓ ଡାକ୍ତର କୁଞ୍ଜବିହାରୀ ଓ ଅନ୍ୟ ମାନେ।