ବ୍ରହ୍ମଗିରି ବ୍ଲକ୍ ନିଆଜପୁର ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଜି ଦିନ ୧୦ଟା ସମୟରେ ବ୍ରହ୍ମଗିରି ବ୍ଲକ୍ ନିଆଜପୁର ପଞ୍ଚାୟତର ମା ବସନ୍ତାଇଙ୍କ ମନ୍ଦିର ପ୍ରାଙ୍ଗଣ,ଚାପମାଣିକ ପଞ୍ଚାୟତର ବେଢ଼ାସୁନ୍ଦର ଗ୍ରାମ,କାଶିଝରିଆ ଗ୍ରାମର ଋଷିବନ୍ତ,ଚାପମାଣିକ ଗ୍ରାମ,ବୁଧିସାହି ଗ୍ରାମ ଓ ଗଡ଼ରୋଡଙ୍ଗ ପଞ୍ଚାୟତର ଦଦରାକୁଣ୍ଡ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ,ଜିଲ୍ଲା ପରିଷଦ କୈଳାସ ଚନ୍ଦ୍ର ପରିଡା,ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଯୁଧିଷ୍ଠିର ନାୟକ,ନିଆଜପୁର ଗ୍ରାମ ସଭାପତି ଦାଶରଥି ଦଳେଇ, ସରପଞ୍ଚଙ୍କ ପ୍ରତିନିଧି ଟୁନା ନାୟକ, ସମିତି ସଭ୍ୟାଙ୍କ ପ୍ରତିନିଧି ବିପିନ୍ ବିହାରୀ ଦଳେଇ,ଯୁବ ନେତା କେଦାର ପାତ୍ର,ଚାପମାଣିକ ପଞ୍ଚାୟତର ସରପଞ୍ଚ କଲ୍ପନା ସେଠୀ,ସମିତି ସଭ୍ୟାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ କାଣ୍ଡି, ପଞ୍ଚାୟତ ସଭାପତି ଜୟକୃଷ୍ଣ ରାଉତ,ବେଢ଼ା ସୁନ୍ଦର ଗ୍ରାମ ସଭାପତି କଣ୍ଡୁରି ନାୟକ, ଚାପମାଣିକ ଗ୍ରାମ ସଭାପତି ତପନ କୁମାର ପରିଡ଼ା, ଯୁବ ନେତା ଅମୁଲ୍ୟ ଜେନା,ପ୍ରଣୟ ଜେନା,ମନୋଜ କୁମାର ପଲେଇ, ଗଡ଼ରୋଡଙ୍ଗ ପଞ୍ଚାୟତର ବରିଷ୍ଠ ନେତା ଜଳନ୍ଧର ବଳିଆର ସିଂହ ଓ ସଭାପତି ହରେକୃଷ୍ଣ ପରିଡା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *