ବ୍ରହ୍ମଗିରି ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର। “”ଶ୍ରୀ ଅଲାରନାଥଙ୍କ ମହାପ୍ରସାଦ ହେଉଛି “ନିର୍ମାଲ୍ଯ”।”

“ବ୍ରହ୍ମଗିରି : ଦେବସ୍ନାନ ପୂର୍ଣ୍ଣମୀରେ ଠାକୁର ଚତୁର୍ଦ୍ଧା ବିଗ୍ରହ ସ୍ନାନ କଲାପରେ ଅସୁସ୍ଥ ହୋଇ ଅଣସର ଘରେ ବିଜେ କରିଛନ୍ତି। ପୁରୀରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦର୍ଶନ ନଦେଇ ବ୍ରହ୍ମଗିରି ଅଲାରନାଥଙ୍କ ରୂପରେ ଦର୍ଶନ ଦେଉଛନ୍ତି। ପୁରୁଷୋତ୍ତମ ପରମେଶ୍ଵର ବ୍ରହ୍ମଗିରିରେ ବିରାଜମାନ କରିଛନ୍ତି ଭକ୍ତ ଛୁଟିଛନ୍ତି। ଶ୍ରୀକ୍ଷେତ୍ର ବଦଳରେ ବ୍ରହ୍ମଗିରିରେ ଠାକୁରଙ୍କୁ ଦର୍ଶନ କରି ସମଫଳ ପାଉଛନ୍ତି। ଐତିହ୍ଯ କଥା ଅନୁଯାୟୀ ସନ୍ଥ ଅଲାବନ୍ଦାଚାର୍ଯ୍ଯ, ଶ୍ରୀଚୈତନ୍ୟ, ଶ୍ରୀଗଣପତି ଭଟ୍ଟ ପ୍ରମୁଖମାନେ ଅନବସରରେ ଶ୍ରୀକ୍ଷେତ୍ରରେ ଠାକୁରଙ୍କ ଦର୍ଶନ ନପାଇ ଠାକୁରଙ୍କ ଆଦେଶାନୁଯାୟୀ ବ୍ରହ୍ମଗିରି ଆସି ଅଲାରନାଥଙ୍କ ଦର୍ଶନ କରି ଶ୍ରୀକ୍ଷେତ୍ରରେ ଚତର୍ଦ୍ଧାବିଗ୍ରହଙ୍କ ଦର୍ଶନର ସମଫଳ ପାଇଥିଲେ। ଶ୍ରୀଅଲାରନାଥଙ୍କ ପାୟସ ପ୍ରସାଦ ଶ୍ରୀମନ୍ଦିର ପୁରୀର ମହାପ୍ରସାଦ ସହିତ ସମାନ।

ଆଜି ଅଲାରନାଥଙ୍କ ମଣ୍ଡପରେ ଐତିହ୍ଯରେ ଅନବସର ଓ ଶ୍ରୀ ଅଲାରନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଐତିହ୍ଯ ପରିଷଦର ସଭାପତି ଶ୍ରୀକାଶୀନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଐତିହ୍ଯ ବିଶାରଦ ଡ ସୁରେନ୍ଦ୍ର କୁମାର ମିଶ୍ର, ଶ୍ରୀକ୍ଷେତ୍ର ଐତିହ୍ଯ ପରିଷଦର ସଂପାଦକ ଦେବୀ ପ୍ରସନ୍ନ ନନ୍ଦ, ବିଶିଷ୍ଟ ସାହିତ୍ୟିକ ଲେଖକ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଐତିହ୍ଯ ଗବେଷକ ଶ୍ରୀ ନୀଳମଣି ସୁଆର , ପୁସ୍ତକ ପ୍ରକାଶିତ ଶ୍ରୀ ପ୍ରଭାଂଶୁ ସାମନ୍ତରାୟ, କୋଣାର୍କ ଐତିହ୍ଯ ପରିଷଦର ସଭାପତି ସଞ୍ଜୟ କୁମାର ବରାଳ, ଅଲାରନାଥଙ୍କ ସେବକ ମହନ୍ତ ଜନାର୍ଦ୍ଦନ ପୂଜାପଣ୍ଡା। , ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ପର୍ଶୁରାମ ପାତ୍ର ପ୍ରମ୍ମୁଖ ବକ୍ତବ୍ଯ ରଖି ଶ୍ରୀଅଲାରନାଥଙ୍କଐତିହ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ରଚିତ ପୁସ୍ତକ “ବିତର୍କ ବିଳୟ” କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଐତିହ୍ଯ ପରିଷଦର ସଂପାଦକ ଶ୍ରୀ ପ୍ରିୟ ପ୍ରସାଦ ମିଶ୍ର ସଂପାଦକୀୟ ବିବରଣୀ ସହିତ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *