ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଅଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ

ପବିତ୍ର ଅକ୍ଷୟ ତୃତୀୟାରେ ବ୍ରହ୍ମଗିରି ବ୍ଲକ ବଡ଼ବେଣାକୁଦି ପଞ୍ଚାୟତ ମୁଦିରଥ ଗ୍ରମ ଠାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଅଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇଛନ୍ତି। ବ୍ରହ୍ମଗିରି ବ୍ଲକ ଚାଷୀ ନେତା ଶ୍ରୀଯୁକ୍ତ ଭଜମନ ସାହୁ, ଅପତ୍ତି ଦଲେଇ, ପ୍ରଫୁଲ୍ଲ ଜେନା, ରାମଚନ୍ଦ୍ର ବରାଳ, ଡମ୍ବରୁଧର ସାହୁ ଏବଂ ଭୀମସେନ ରାଉଳ ଙ୍କ ଉପସ୍ଥିତ ରେ ଶ୍ରୀ ଦାସବର୍ମା ଅଖିମୁଠି ଅନୁକୂଳ କରିଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ବରାନ୍ବିତ କରୁ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ସହଦେବ ସାହୁ, ବଡ଼ବେଣାକୁଦି ପଞ୍ଚାୟତ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ବରାଳ, ସମିତି ସଭ୍ୟ ବନ୍ଦନା ବେହେରା ଓ ମୁଦିରଥ ଗ୍ରାମର ଗ୍ରାମବାସୀଙ୍କ ସମେତ ବ୍ରହ୍ମଗିରି ବ୍ଲକ ସତାଧିକ ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *