ବୀର ସହିଦ୍ ବାଜି ରାଉତ

ବୀର ସହିଦ୍ ବାଜି ରାଉତ
ଢେଙ୍କାନାଳ ମାଟି ଆଜି ଯେ ଗର୍ବିତ ପ୍ରଣତି ଜଣାଏ ଶତବାର
ବୀର ପୁତ୍ର ତୁମେ ବାଜି ରାଉତ
ଘେନ ପ୍ରଣତି ମୋହର।
ଗୋରା ସିପାହୀ ଙ୍କୁ ଡରିଲ ନାହିଁ ଯେ
ସାହସିକତା ଅତି ପ୍ରଖର
ଦେଶ ମାତୃକାର ସମ୍ମାନ ପାଇଁ
ଦେଖାଇଦେଲ ସାହାସ ତୁମର।
ବ୍ରାହ୍ମଣୀ ଜଳ ପ୍ଲାବିତ ହେଲା
ପଡି ତୁମର ରୁଧିର
ଧନ୍ଯ ହେ ବୀର ବାଜି ରାଉତ
ଗର୍ବ ଗୈାରବ ଆମ ଜିଲ୍ଲା ର।
ସର୍ବ କନିଷ୍ଠ ସହୀଦ ତୁମେ
ମାଟି ମାଆର ସମ୍ମାନ ପାଇଁ
ତୁମ ର‌ ପଥ ଧରିଲେ ସୈନ୍ୟ ସିନ୍ଦୂର ର ଗାରିମା ବଜାଇ।
ଢେଙ୍କାନାଳ ମାଟି କରୁଛି ସଲାମ
ହେ ବୀର ମାଟି ର ଟେକ
ଭାରତ ବର୍ଷ ର‌ ଅମୃତ ସନ୍ତାନ
ଜାତି କି ଦେଇଛ କୋଟି ସନ୍ତକ।
ପ୍ରକୃତି ବନ୍ଧୁ ହରିହର ସାହୁ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *