Breaking news

ଅଜାଆଇ ଘରେ ବୁଲିଆସି ଦୁର୍ଘଟଣା ରେ ଜୀବନ ହରେଇଲା ଚାରିବର୍ଷ ର ନାତି! :ସୂଚନା ଅନୁଯାଇ ଛତିଶଗଡ ରାଜ୍ୟ ବିଶ୍ରାମପୁରୀ ଥାନା ଅନ୍ତର୍ଗତ ଉରିଦ ଗ୍ରାମ ର ରାଜକୁମାର କୋରାମ ତାଙ୍କ ସ୍ତ୍ରୀ ଏବଂ 4 ବର୍ଷ ର ପୁଅ କୁ ଧରି ଗତକାଲି ସନ୍ଧ୍ୟା ରେ ଶ୍ଵଶୁର ଘର ରାଇଘର ବ୍ଲକ ର ଦେଓଭାରନ ଗ୍ରାମକୁ ବୁଲି ଆସିଥିଲେ, ସକାଳ ପ୍ରାୟ 7ଟା ସମୟରେ ରାଜକୁମାର ଏବଂ ତାଙ୍କ 4 ବର୍ଷ ର ପୁଅ ଗୌରବ ରାସ୍ତା ରେ ଛିଡାହୋଇଥିବା ବେଳେ ହଟାତ ଗୌରବ ନିଜ ବାପା ଙ୍କ ହାତଛାଡି ରାସ୍ତା ର ବିପରୀତ ଦିଗକୁ ଧାଇଁଥିଲା ସେତିକି ବେଳେ ସାମନାପଟୁ ଏକ ମାଲବୋଝେଇ ଟ୍ରକ ଯାହାର ନମ୍ବର AP39 W5980 ଗୌରବ କୁ ଧକ୍କା ଦେଇ ଘୋଷାଡ଼ି ନେଇଯିବା ଫଳରେ ଘଟଣାସ୍ଥଳ ରେ ଗୌରବ ର ମୃତ୍ୟୁ ଘଟିଥିଲା,ବାହାଘର 17 ବର୍ଷ ପରେ ଜନ୍ମହୋଇଥିବା ଗୋଟିଏ ମାତ୍ର ପୁଅ କୁ ହରେଇ ପରିବାର ଲୋକେ ଭାଙ୍ଗିପଡିଛନ୍ତି ଏବଂ ଏହି ଦୁର୍ଘଟଣା ର କ୍ଷତିପୂରଣ ଦାବିରେ ରାସ୍ତା ଉପରେ ନାବାଳକ ର ମୃତଶରୀର ରଖୀ କୁନ୍ଦେଇ ରାଇଘର ମୁଖ୍ୟରାସ୍ତା କୁ ଅବରୋଧ କରିଛନ୍ତି, ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ, ରାଇଘର ତହସିଲଦାର, ରାଜସ୍ବ ଅଧିକାରୀ ମାନେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି|
Dipankar Dakua reporter