ପାପ

ପାପ
ଗୋଲୋକବିହାରୀ ବେହେରା
ପାପ କର୍ମ ଦେଖି ନୀରବ ରହିଛି
ପାପ ଲାଗିଲା କି ମୋତେ,
ପାପୀକୁ ପାପରୁ ନିବୃତ ନ କରି
ଭୟରେ ରହିଛି କେତେ ।
ଅନୁଚିତ ଚିନ୍ତା ଅନୁଚିତ କର୍ମ
କରିଅଛି ପ୍ରଭୁ ମୁହିଁ,
ଅନୁତାପ କରେ କ୍ଷମା କରିଦିଅ
ଆହେ ଜଗତ ଗୋସାଇଁ ।
ଲୁଚି ରହେ ନାହିଁ ଅଧିକ ସମୟ
ସତ୍ୟ ଏ ସଂସାରେ ଭାଇ,
ସମୟ ଆସିଲେ ସୂର୍ଯ୍ୟ ଚନ୍ଦ୍ର ତାରା
ପ୍ରତିଭାତ ହୋଇ ଥାଇ ।
ଭୁଲ କଥାକୁ ସମର୍ଥନ କରି
ପ୍ରିୟ ହେବାରେ କି ଲାଭ,
ଉଚିତ କଥାରେ ସହମତ ହୋଇ
ଅପ୍ରିୟ ହେବାରେ ଗର୍ବ ।
ସତ୍ୟବାଦୀ ଲୋକ ହଇରାଣ ହୁଏ
ପରାଜିତ ହୁଏ ନାହିଁ,
ଯେତେ କଷ୍ଟ ହେଉ ପଥ କଣ୍ଟକିତ
ସତ୍ୟ ପଥେ ଚାଲେ ସେହି ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬