ଭୁସୁଡ଼ିବା ଅବସ୍ଥା ରେ ରହିଛି ଅଡାଙ୍ଗି ସେତୁ

ଗଞ୍ଜାମ ଜିଲ୍ଲା ଗୋପାଳପୁର ରୁ ରାୟପୁର କୁ ସଂଯୋଗ କରୁଥିବା 59 ନମ୍ବର୍ ଜାତୀୟ ରାଜପଥ ଗୋଛା ପଞ୍ଚାୟତ ଇଲାକା ରେ ଥିବା ଅଡ଼ାଙ୍ଗିନାଳ ସେତୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।ତେବେ 2014 ରୁ ମୁଣ୍ଡମରାଇ ଠାରୁ ଆରମ୍ଭ କରି ପିପଳପଙ୍କା ପାଖାପାଖି 35 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ 100 କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କାର ବ୍ୟୟ ରେ ନିର୍ମାଣ ହୋଇଥିଲା କିନ୍ତୁ ଆଗକୁ ଦାରିଙ୍ଗିବାଡ଼ି ଘାଟି ଥିବାରୁ ଆଉ 33 କିଲୋମିଟର ରାସ୍ତା ପ୍ରଶସ୍ତିକରଣ ହୋଇପାରିନଥିଲା ।ତେବେ ପିପଳପଙ୍କା ଠାରୁ ଦାରିଙ୍ଗିବାଡ଼ି ପର୍ଯ୍ୟନ୍ତ ରାସ୍ତା ଟି ଅଣଓସାର ରହିଥିବା ରୁ ବିଭିନ୍ନ ସମୟ ରେ ବୋହୂ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ।

ରାସ୍ତାର ପ୍ରଶସ୍ତିକରଣ ପାଇଁ କେନ୍ଦ୍ର ସଡକ ଓ ଜାତୀୟରାଜପଥ ବିଭାଗ ପକ୍ଷରୁବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହୋଇନାହିଁ ।ତେବେ ଅଣଓସାରିଆ ରାସ୍ତା ଟି ମରାମତି ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବା ବେଳେ ଅତି ନିର୍ମମାନର କାମ ହୋଇଥାଏ । ଏହି ରାସ୍ତା ଦେଇ ଶହଶହ ମାଲ ବୋଝେଇ ଯାନବାହନ ଯିବାଆସିବା ସହ ଦାରିଙ୍ଗବାଡି କୁ ବୋହୂ ପର୍ଯ୍ୟଟକ ମଧ୍ୟ ବୁଲିବାକୁ ଆସିଥାନ୍ତି ।ବର୍ତ୍ତମାନ ସେତୁ ର ଅବସ୍ଥା ଏତେ ସଙ୍କଟାପନ୍ନ ଯେ ଦେଖି ଚିନ୍ତାରେ ସ୍ଥାନୀୟ ଲୋକେ । ରାସ୍ତା କାମ କୁ ଖୁବ୍ ଶୀଘ୍ର ନିର୍ମାଣ କରିବା ପାଇଁ ସରକାର ଙ୍କ ପାଖରେ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।ରାସ୍ତା କାମ ଶୀଘ୍ର ଆରମ୍ଭ ନ କଲେ ଅଡ଼ାଙ୍ଗିନାଳ ସେତୁ ଟି ଭାଙ୍ଗିବାର ସମ୍ପୁର୍ଣ୍ଣ ସମ୍ଭାବନା ଯାହା ଫଳରେ ସୋରଡ଼ା ଦାରିଙ୍ଗିବାଡ଼ି କୁ ଯୋଗାଯୋଗ ବିଛିନ୍ନ ହେବ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ