ୟୁକ୍ରେନକୁ ପୁଣି ସହଯୋଗର ହାତ ବଢାଇଲା ବ୍ରିଟେନ

ଲଣ୍ଡନ,୧୨।୫: ୟୁକ୍ରେନ ସହ ରୁଷିଆର ଯୁଦ୍ଧ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଲାଗି ରହିଥିବା ବେଳେ ବିଭିନ୍ନ ଦେଶରୁ ଦୁଇ ଦେଶକୁ ସହାୟତା ବି ଯୋଗାଇ ଦିଆଯାଉଛି। ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଷ୍ଟର୍ମ ସ୍ୟାଡୋ ଦେବ। ଏହା ସହିତ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବାରେ ପ୍ରଥମ ଦେଶ ହେବ। ବ୍ରିଟେନରୁ ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ଗ୍ରହଣ କରିବା ପରେ ରୁଷିଆ ବିରୁଦ୍ଧରେ ୟୁକ୍ରେନର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଆକ୍ରମଣ କରିବାର କ୍ଷମତା ଆହୁରି ଭଲ ହେବ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ କହିଛନ୍ତି ଯେ ‘ଆଜି ମୁଁ ନିଶ୍ଚିତ କରିଛି ଯେ ବ୍ରିଟେନ ୟୁକ୍ରେନକୁ ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ପ୍ରଦାନ କରିବ। ଏହାଦ୍ୱାରା ଅସ୍ତ୍ରଶସ୍ତ୍ର ସହିତ ୟୁକ୍ରେନ ରୁଷିଆ ସହ ଲଢିବାରେ ସକ୍ଷମ ହେବ। ବେନ ୱାଲେସ କହିଛନ୍ତି ଯେ ‘ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ୟୁକ୍ରେନକୁ ରୁଷିଆ ବିରୁଦ୍ଧରେ ନିଜକୁ ରକ୍ଷା କରିବା ସହିତ ରୁଷିଆ ସେନାଙ୍କୁ ୟୁକ୍ରେନ ମାଟିରୁ ତଡ଼ିଦେବାର ଅଧିକାର ଦେବ।’

Leave a Reply

Your email address will not be published. Required fields are marked *