ବ୍ରଦର୍ସ ଫିଟନେସ ସେଣ୍ଟର ୩ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ

ମଣିଷ ଜୀବନରେ ସୁସ୍ଥ ସୁନ୍ଦର ଶରୀର ରହିବା ପାଇଁ ଯୋଗ ସହ ବ୍ୟାୟାମ ନିତ୍ୟାନ୍ତ ଜରୁରୀ। ଦୈନଦିନ ଜୀବନରେ ପ୍ରଦୂଷିତ ଖାଦ୍ୟପେୟ ଆହରଣ ଯୋଗୁଁ ଶରୀର ରୋଗଗ୍ରସ୍ତ ଆଡ଼କୁ ଯାଉଥିବା ବେଳେ ସମାଜରେ ବୁଦ୍ଧିଜୀବୀ ମାନେ ସମସ୍ତ ଙ୍କୁ ଯୋଗ ସହ ବ୍ୟାୟାମ କରି ଶରୀର ସୁସ୍ଥତା ବଜାଇ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ଏହାକୁ ଆଖି ଆଗରେ ରଖି ପିପିିଲି ର ଯୁବପିଢି ମାନଙ୍କ ପାଇଁ ସ୍ଥାନୀୟ ଜୟପୁର ଛକ ଠାରେ ଖୋଲାଯାଇଛି ବ୍ରଦର୍ସ ଫିଟନେସ ସେଣ୍ଟର । ଅତ୍ୟାଧୁନିକ ସରଞ୍ଜାମ ରେ ଭରପୁର ଏହି ଫିଟନେସ ସେଣ୍ଟର ଆଜକୁ ଦୀର୍ଘ ୩ବର୍ଷ ହେବ ସ୍ଥାନୀୟ ଯୁବପିଢି ମାନଙ୍କ ଶାରୀରି ସୁସ୍ଥ ସୁନ୍ଦର ରହିବା ପାଇଁଁ କାର୍ଯ୍ୟ କରିଆସୁଥିବା ବେଳେ ଆଜି ଏହି ଫିଟନେସ ସେଣ୍ଟରର ୩ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସେଣ୍ଟର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ରେ ପିପିିଲି ବଜାର ସିଦ୍ଧେଶ୍ୱରଦେବ ବ୍ୟବସାୟ ସଂଘ ର ସଭାପତି ଧିରେନ୍ଦ୍ର ସାମନ୍ତରାୟ ଯୋଗଦେଇ ଏଥିରେ ପୁର୍ଣି ସହଯୋଗ କରି ଉକ୍ତ ସେଣ୍ଟର ର ଯୁବପିଢି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଏହି ବ୍ରଦର୍ସ ଫିଟନେସ ସେଣ୍ଟର ମାଲିକ ନରେଶ ଦାଶ ଓ ଦେବାଶିଷ ଦାଶ ଙ୍କ ଏଭଳି ପ୍ରୟାସ କୁ ସେ ପ୍ରଶଂସା କରି ଧନ୍ୟବାଦ ଦେଇଛନ୍ତି।
