କୋଣାର୍କରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

କୋଣାର୍କ : ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ଏକ ଟିମ ସଂଜୀବ ରାଉତ, ବୟସ -୩୩ ବର୍ଷଙ୍କୁ କୋଣାର୍କ ଥାନା ଅଧୀନ କୁରୁଜଙ୍ଗ ଗ୍ରାମପଞ୍ଚାୟତ ସାମ୍ନାରୁ ଗିରଫ କରି ତାଙ୍କ ନିକଟରୁ ୭୩ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ ୬୫/୨୩-୨୪ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭ଲକ୍ଷ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ ଅରାଯାଇଛି । ଏହି ଚଢ଼ାଉ ସମୟରେ ଅବକାରୀ ଏଏସାଇ ଶ୍ରୀ ଲୋକନାଥ ପାତ୍ର, ସହକର୍ମୀ ଶେଖ ୱାରିସ,ସବିତା ସାହୁ, ଦୀନବନ୍ଧୁ ବାରିକ, ବିଶ୍ୱଜିତ ମହାପାତ୍ର ପ୍ରମୁଖ ସାମିଲ ଥିଲେ. ।

Leave a Reply

Your email address will not be published. Required fields are marked *