ଧଳା ଜହର କାରବାରରେ ଡିଲରଙ୍କୁ ବାନ୍ଧିଲା ଚାରିଛକ ପୋଲିସ

ନିମାପଡା :- 20/09 ( ) ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ଦିନକୁ ଦିନ ବିଭିନ୍ନ ନିଶା କାରବାର ବୃଦ୍ଧି ପାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ପ୍ରକାଶ ଯେ ପୁରୀ ଜିଲ୍ଲା ଚାରିଛକ ଥାନା ତୁଳସୀପୁର ପଞ୍ଚାୟତର ଡିଲର ଚାଉଳ ବେବସାୟ ସାଙ୍ଗକୁ ଏବେ ଧଳା ଜହର ବିକ୍ରୀ କରିବା ମହଙ୍ଗା ପଡ଼ିଛି ।ସେ ଚାରିଛକ ଥାନା ନିକଟରେ ଥିବା ଚାରିଛକ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ର ପାର୍କିଂ ସ୍ଥାନ ରେ ଥିବା ଏକ ଭଙ୍ଗା ଘର ଭିତରେ ବସି ତିନି ଜଣ ଯୁବକ ଧଳା ଜହର କାରବାର କରୁଥିଲେ ।ବିଶେଷ ସୂତ୍ରରୁ ଖବର ପାଇ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଓ ତାଙ୍କ ଏକ ଟିମ୍ ଯାଇ ଚଢ଼ାଉ କରିଥିଲେ ।ସେଠାରୁ ଦୁଇ ଜଣ ଚଂପଟମାରିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ ଡିଲର ଅଶୋକ ଦାସ । ଥାନା ଅଧିକାରୀ ମମତା ବିଶ୍ୱାଳ ଅଶୋକ ଦାସ ପାଖରୁ ଏକ ନାଲି ରଙ୍ଗର ବାଇକି ଜବତ ଜରିବା ସହ ୩୬ ଗ୍ରାମ ୨୬ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରି ଆସାମୀ ନାମରେ କେସେ ନଂ ୯୬ /୨୩ ରୁଜୁ କରି କୋଟ ଫରୁଆଡ଼ କରିଛନ୍ତି ।ଉକ୍ତ ଆସାମୀ ଅଶୋକ ଦାସ ଡିଲର ପୂର୍ବରୁ ଏହି ବ୍ରାଉନ ସୁଗାର ବେପାର ରେ ଜଗତସିଂହପୁର ପୋଲିସ ଗିରଫ କରି ଜେଲେ କୁ ପଠାଇ ଦେଇଥିଲେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ସେହିଭଳି ୫ ଦିନ ତଳେ ରାସନ ଚାଉଳ ବାଣ୍ଟିବା ପାଇଁ ସାଧାରଣ ଗରିବ ଲୋକମାନଙ୍କ ଠାରୁ ଟୋକନ ବାବଦରେ ୧୦ ଟଙ୍କା ନେଉଥିବା ବେଳେ କାର୍ଡ ପିଛା ୧ କିଲୋ ରୁ ୧.୫୦୦ ପର୍ଯ୍ୟନ୍ତ ଚାଉଳ କାଟୁଥିଲା ବୋଲି ଖାଉଟି ମାନେ ଅଭିଯୋଗ କରିଥିଲେ । ଏଭଳି ଏକ ନିଶା ଖାଉଥିବା ଏବଂ ବିକ୍ରି କରୁଥିବା ଲୋକ ଲାଗି ସ୍ଥାନୀୟ ପ୍ରଶାସନ ର ଖାଉଟି ବିଭାଗ ବଦନାମ ହେବା ସହ ଖାଉଟି ମାନଙ୍କର ଏଭଳି ଡିଲର ଉପରୁ ଆସ୍ଥା ଭରସା ତୁଟିଯାଉଛି ବୋଲି ଖାଉଟି ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଭଳି ଏକ ବ୍ରାଉନ ସୁଗାର ନିଶା ବେପାରୀ କୁ ଖାଉଟି ବିଭାଗ ଡିଲର ରୁ ବହିଷ୍କାର କରି ନୂତନ ଡିଲର ଦେବା ପାଇଁ ଅଞ୍ଚଳ ବାସି ମାନେ ଦାବି କରିଛନ୍ତି ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *