ବ୍ରାଉନସୁଗାର ଜବତ

ପୁରୀ:୨୦/୪:– ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶକ୍ରମେ ପୁରୀ ମୋବାଇଲ ଅବକାରୀ ସ୍କ୍ୱାଡ଼ର ନୀରିକ୍ଷିକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକ ଛକ ଠାରେ ଚଢ଼ାଉକରୀ ସଦାନନ୍ଦପୁର(ଆଦିବାସୀ ସାହି)ର ଅମୀର ସିଂ ,19ବର୍ଷଙ୍କୁ ଗିରଫ କରି ତାଙ୍କଠାରୁ 35 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କଲେ. ସେହିପରି ଉକ୍ତଟିମ ଅବକାରୀ ଉପ-ନିରିକ୍ଷିକା ଶ୍ରୀମତୀ ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ସତ୍ୟବାଦୀ ଥାନା ଅଧୀନ କବିରାଜପୁର ବାଲିସାହିରେ ଚଢ଼ାଉକରୀ ରମେଶ ଚନ୍ଦ୍ର ପ୍ରଧାନ, ବର୍ଷ -32ଙ୍କୁ ଗିରଫ କରି ତାଙ୍କ ଠାରୁ 45 ଗ୍ରାମ ବ୍ରାଉନସୁଗାର ଜବତ କଲେ. ଉଭୟଙ୍କୁ ଯଥାକ୍ରମେ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ଼ କେସ ନଂ-04/22-23 ଏବଂ 10/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି. ସମୁଦାୟ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,00000 ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ପିପିଲି ଅବକାରୀ ଥାନା ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକ,ASI -ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର,ଶ୍ରୀ ସନ୍ତୋଷ ନାଏକ,ଶ୍ରୀ ମାନସ କୁମାର ମିଶ୍ର,staff- ଶ୍ରୀମତୀ ସବିତା ସାହୁ,ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *