ପୁଣି ପୁରୀରୁ ଜବତ ହେଲା ବ୍ରାଉନ ସୁଗାର

ପୁଣି ପୁରୀରୁ ଜବତ ହେଲା ବ୍ରାଉନ ସୁଗାର। ଚାରିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ବାନାମ୍ବର ଛକ ଓ ହୁଳୁହୁଳିଆ ବ୍ରିଜରେ ଚଢ଼ାଉ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଏଥିସହ ଦୁଇଟି ମୋବାଇଲ, ଗୋଟିଏ କେଟିଏମ୍ ବାଇକ୍ ଓ ନଗଦ ୪୨୦୦ ଟଙ୍କା ଜବତ କରିଛି ପୋଲିସ।ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ମାନସ ରାଓ, ଆଶୁତୋଷ ବେହେରା, କୃଷ୍ଣଚନ୍ଦ୍ର ନାଥ ଓ ସରୋଜ ପଟ୍ଟନାୟକ। ତେବେ ଏହି ଅଭିଯୁକ୍ତଙ୍କ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସହରକୁ ଅପରାଧ ମୁକ୍ତ ସହ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା କୁମ୍ଭାରପଡ଼ା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *