ବ୍ରାଉନସୁଗାର ସହିତ ସ୍କୁଟି ଜବତ, ୨ ଗିରଫ

ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ରବି ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଫ୍ୟାସିନୋ ସ୍କୁଟିରୁ (ଓଡି-୨୨ଏସ-୦୫୩୭) ୭୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଓ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୦୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏସ୍‌.ଆଇ ସନ୍ଦୀପ ପାଢ଼ୀ, ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ, ଦୀପକ କୁମାର ରାଉତ ଓ ରଶ୍ମିରେଖା ଜେନା, କନେଷ୍ଟବଳ ସୁବାଶିଷ ରାଉତ, ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ: ୨୩୫/୨୩-୨୪ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

Leave a Reply

Your email address will not be published. Required fields are marked *