43 ଗ୍ରାମ ବ୍ରାଉନ ସୁଗାର ଜବତ

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରି ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଜଣେ ଯୁବକ ଯାହାଙ୍କ ନାମ ଚିନ୍ମୟ ସାହୁ,ବୟସ -30 ବର୍ଷଙ୍କୁ ଗୋପ ଥାନା ଅଧୀନ ପାଣିଛତ୍ର ଛକରୁ ଗିରଫ କରି ତାଙ୍କ ନିକଟରୁ 43 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ -125/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,30,000/-ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ଲୋକନାଥ ପାତ୍ର,Staff- ସେକ ୱାରିସ,ତପନ ପ୍ରଧାନ, ସ୍ଵାଗତିକା ଘଡେଇ, ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ଥିଲେ.