ବିଏସଏନଏଲ ମୁଖ୍ୟ ମହାପ୍ରବନ୍ଧକଙ୍କ ପିତୃବିୟୋଗ

ଭାରତ ସଞ୍ଚାର ନିଗମ ଲିଃ (ବିଏସଏନଏଲ) ଓଡ଼ିଶା ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ରନାରାୟଣ ପଲାଇଙ୍କ ପିତା ଧନଞ୍ଜୟ ପଲାଇଙ୍କର ଗତ ୧୪ ତାରିଖରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ସ୍ଵର୍ଗତ ଧନଞ୍ଜୟ ପଲାଇ ଇ.ଆଇ.ସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଅବସର ନେଇଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଟାଉନରେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଅନ୍ୟ ତିନି ପୁଅ ଏନ୍.ଏଚ୍.ପି.ସି.ର ବରିଷ୍ଠ ପ୍ରବନ୍ଧକ ଶ୍ରୀ ସୂର୍ଯ୍ୟନାରାୟଣ ପଲାଇ, ବମ୍ବେ ସ୍ଥିତ ଆୟନ ଏକ୍ସଚେଞ୍ଜର ଉପସଭାପତି ସତ୍ୟନାରାୟଣ ପଲାଇ ଏବଂ ବଡ଼ପୁଅ ଇପିକଲର ପୂର୍ବତନ ସିଜିଏମ୍ ବିରଞ୍ଚି ନାରାୟଣ ପଲାଇଙ୍କ ସମେତ ୪ କନ୍ୟା ଓ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପୁରୀ ସ୍ବର୍ଗଦ୍ବାରରେ ସ୍ଵର୍ଗତ ପଲାଇଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Leave a Reply

Your email address will not be published. Required fields are marked *