ବୁଗୁଡ଼ା:କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ବିତୀୟ ପେଣ୍ଠ ପକ୍ଷରୁ ବିଶ୍ବ ମହିଳା ଦିବସ ପାଳିତ

ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ବିତୀୟ ପେଣ୍ଠ ପକ୍ଷରୁ ବିଶ୍ବ ମହିଳା ଦିବସ ପାଳନ ନିଜସ୍ବ ପେଣ୍ଠ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହିଳା ସଂଘ ସଭାନେତ୍ରୀ କେ.ସନ୍ତୋଷିନୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ସଂଘ ଉପଦେଷ୍ଟା ଜି.ବାପୁଜୀ ପାତ୍ର ମୁଖ୍ୟବକ୍ତା ଭାବେ ସଂଘ ପୃଷ୍ଟି ଡି.ଶେଷଦେବ ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ସଂପାଦିକା ଏସ୍. ଆରତୀ ପାତ୍ର,କୋଷାଧ୍ୟକ୍ଷା କେ.ସିଲିକି ପାତ୍ର,ସଂପାଦକ ୟୁ. ଦିଲୀପ କୁମାର ପାତ୍ର,କୋଷାଧ୍ୟକ୍ଷ ଜି. ମୁନା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ରାଜେନ୍ଦ୍ର କୁମାର ପାତ୍ର ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ କିଛି ଆଲୋକପାତ କରିଥିଲେ । ନାରୀ ସଂସାରର ଏକ ଅନନ୍ୟ ଭୂମିକା କିନ୍ତୁ ନାରୀ ପ୍ରଥମେ କନ୍ଯା ଦ୍ବିତୀୟରେ ଭଉଣୀ ତୃତୀୟରେ ମା ବୋହୂ ଶାଶୁ ନଣନ୍ଦ ଇତ୍ୟାଦି ଇତ୍ୟାଦି ହେଲେ ସେମାନଙ୍କ ଦ୍ଵାରା ହିଁ ଯେତେକ ଅଶାନ୍ତି ସୃଷ୍ଟି ହେଉଥିବା ବହୁ ଖବର ଶୁଣିବାକୁ ମିଳୁଛି ଏଣୁ ଆମେ ଯଦିଓ ଜଣେ ଉତ୍ତମ ନାରୀ ର ଭୂମିକା ନିର୍ବାହ କରିପାରିବା ତେବେ ଯାଇ ଜଣେ ଜଣେ ଖ୍ୟାତନାମା ନାରୀ ହୋଇ ଉଭା ହୋଇପାରିବା ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଡି.ରେଶ୍ମା ପାତ୍ର,ଏସ୍.ପିନାକୀ ପ୍ରିୟଦର୍ଶନୀ, ଏସ୍.ସନ୍ଧ୍ୟାରାଣୀ ପାତ୍ର,ଭି.ହାଡିକା ରାଜୁ,ଏସ୍,ସୁଜାତା ପାତ୍ର, ୟୁ. ମିତାଲୀ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସେବା ସମିତି ସଭାପତି ଏମ୍.ସୂର୍ଯ୍ୟ ନାରାୟଣ ପାତ୍ର,ସଂପାଦକ ଏ.ରାକେଶ ସୁବୁଦ୍ଧି ଏବଂ କୋଷାଧ୍ୟକ୍ଷ ଭି.କୁବେର ରାଜୁ ପ୍ରମୁଖ ସୁପରିଚାଳନା କରିଥିଲେ।

ରିପୋର୍ଟ-ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *