ଯାତ୍ରୀବାହି ବସ ଆମ୍ବୁଲାନ୍ସ ଧକ୍କା 15 ରୁ ଅଧିକ ଆହତ

ଭଦ୍ରକ -ଆଗରପଡା ରାସ୍ତାର ଅରଞ୍ଜି ନିକଟସ୍ଥ ରାଇ ମଣି ଠାରେ ଦୁର୍ଘଟଣା. କ୍ରୀଷ୍ଣା ନାମକ ଯାତ୍ରୀ ବାହି ବସ ଭଦ୍ରକ ରୁ ଅଗରପଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଅର୍ଥାତ ଅଗରପଡା ମେଡିକାଲ ରୁ ଗୋଟିଏ ଆମ୍ବୁଲାନ୍ସ ରୋଗୀ ଙ୍କୁ ନେଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆସୁଥିବା ବେଳେ ରାଇ ମଣି ଠାରେ ବସ ଟି ସାଇଟ ମାରି ବାରୁ ବସ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା. ଫଳରେ ବସ ରେ ଥିବା ପ୍ରାୟ 30 ରୁ ଉର୍ଦ୍ଧ ଯାତ୍ରୀ ମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ 15 ଜଣ ଯାତ୍ରୀ ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସା ପାଇଁ ପହଂଚି ଛନ୍ତି. ଦୁର୍ଘଟଣା ପରେ ବସ ଟି ରାସ୍ତାପାର୍ଶ୍ଵ କୁ ଓଲଟି ପଡିଥିଲା ବେଳେ ଆମ୍ବୁଲାନ୍ସ ଟି ନାଳ ପାଖକୁ ଓଲଟି ପଡିଛି. ସ୍ଥାନୀୟ ଲୋକେ ଯାତ୍ରୀ ମାନଙ୍କୁ ଉଦ୍ଧାର କରୁଛନ୍ତି

Leave a Reply

Your email address will not be published. Required fields are marked *