ଏହି ପୁଜା କଲେ ସନ୍ତାନ ନଷ୍ଟ ହୋଇନଥାଏ , ଧର୍ମୀୟ ଭାବନାରେ ବିଶ୍ୱାସ ରଖନ୍ତି ସଧବା ନାରୀ

ହିଞ୍ଜିଳିକାଟୁ :- ୧୨/୦୫ ଗଞ୍ଜାମ ଜିଲ୍ଲାର ନିଆରା ଓଷା କାଞ୍ଜିଅଁଳା । ସନ୍ତାନ ନଷ୍ଟ ନ ହେବା ବିଶ୍ୱାସ କରାଯାଏ ଏହି ପୁଜାର୍ଚ୍ଚନା ରେ । ଡାଲା ଓ ବେଗ ହାତରେ ଧରି ନଦୀ କୂଳରେ ସଧବା ଓଡ଼ିଆ ଘରର ନାରୀ । ସାଥିରେ ନେଇକି ଯାଆନ୍ତି ପରିବାର ଓ ବନ୍ଧୁବାନ୍ଧବ ଲୋକଙ୍କୁ । ନଦୀ କୂଳରେ ପହଞ୍ଚି ପୂଜାରୀ କରନ୍ତି ପୂଜା । ମିଳିମିଶି ଏକାଠି ହୋଇ ନେଇ ଥିବା ରନ୍ଧା ଖାଦ୍ୟ କୁ ପୁଜାର୍ଚ୍ଚନା କରି ଖାଇ ଫେରନ୍ତି ନଦୀ କୁଳରୁ ଘରକୁ । ହଁ ଆପଣ ବି ଦେଖିଲେ କହିବେ ଏଠାରେ ସେମାନେ ନିଆରା ଢଙ୍ଗରେ ପୁଜାର୍ଚ୍ଚନା କରନ୍ତି ମାଁ ଶଠି ଙ୍କୁ । ଗୋଟିଏ ଧର୍ମୀୟ ଭାବନାରେ ରହିଛନ୍ତି ଗାଁ ଲୋକେ । କୁଆଡେ ଏହି ପୂଜା କଲେ ସନ୍ତାନ ପ୍ରାପ୍ତି ସହ ଛୁଆଙ୍କ ମଙ୍ଗଳ କାମନା କରନ୍ତି ମାଁ ଶଠି ଠାକୁରାଣୀ । ଅଗାଢ଼ ବିଶ୍ବାସ ରହିଛି କେଉଁ କାଳରୁ ରହିଛି ।କାଞ୍ଜିଅଁଳାି ଯାତ୍ରା ଏକ ଗଞ୍ଜାମ ଜିଲ୍ଲାର ଏହା ନିଆରା ଗଣପର୍ବ ।ସନ୍ଧ୍ୟା ସମୟରେ ପୌରାଣିକ ନାଟକ ପରିବେଷଣ ମଧ୍ୟ ହୋଇଥାଏ ।ବିଭିନ୍ନ ପ୍ରକାର ଖେଳନା ଏବଂ ନିତିଦିନିଆ ଘରକରଣା ସହ ଖାଇବା ଜିନିଷ ମିଳେ ।ଏହି ଯାତ୍ରା ଓ ପୁଜା ଦେଖିବା ପାଇଁ ବନ୍ଧୁ ବାନ୍ଧବ ସହିତ ସାଙ୍ଗ ସାଥି ମାନେ ମଧ୍ୟ ଆସିଥାନ୍ତି ।ଏହି ଯାତ୍ରା କେବଳ ଗଞ୍ଜାମ ଜିଲ୍ଲାର କିଛି କିଛି ଗାଁରେ ଦେଖିବା ପାଇଁ ମିଳେ ।

Leave a Reply

Your email address will not be published. Required fields are marked *