ବ୍ୟାସନଗର ରେ ହୋଟେଲ ଖୋଲିବାକୁ ଅନୁମତି ଦିଅନ୍ତୁ ସରକାର, କଷ୍ଟକର ହୋଇଗଲାଣି ବଞ୍ଚିବା

ବ୍ୟାସନଗର ରେ ହୋଟେଲ ଖୋଲିବାକୁ ଅନୁମତି ଦିଅନ୍ତୁ ସରକାର, କଷ୍ଟକର ହୋଇଗଲାଣି ବଞ୍ଚିବା
ଯାଜପୁର ଜିଲ୍ଲାରେ ଅବଢୁଥିବା ଡାଇରିଆ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ ସମସ୍ତ ହୋଟେଲ ବଜାର ବନ୍ଦ କରିବା ପାଇଁ ପିଜ୍ଞପ୍ତି ଜାରି କରାଯାଇଥିଲା l ବ୍ୟାସନଗର ସହରାଞ୍ଚଳରେ ଥିବା ହୋଟେଲ, ଚାଟ୍, ଗୁପଚୁପ୍, ଜଳଖିଆ ତଥା ମିଠା ଦୋକାନ ଗୁଡିକୁ ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ ତଥା ବିକ୍ରୟ ଉପରେ କଟକଣା ଜାରି କରାଯାଇଥିଲା l ଯାହା ପାଇଁ ବର୍ତ୍ତମାନ ହୋଟେଲ କୁ ନିର୍ଭର କରି ଚଳୁଥିବା ପାରିବାରର ପେଟ ଅପୋଷା ରହିଲା l ହୋଟେଲ କରିଥିବା ଦୋକାନୀ ଭାଇ ମାନେ ବର୍ତ୍ତମାନ ନିଜର ଘର ଭଡ଼ା ଓ ପିଲାଙ୍କୁ ଦରମା ଦେବାକୁ ଅସର୍ମଥ ହୋଇ ପଡିଛନ୍ତି l ହୋଟେଲ ବନ୍ଦ ହେବା ଦ୍ଵାରା ସହରକୁ ଆସୁଥିବା ଜନ ସାଧାରଣ ଭୋକିଲା ରହୁଛନ୍ତି l ଏହା ଛଡ଼ା ପରିବା ଦୋକାନ, ତେଜରାତି ଦୋକାନ ଗୁଡିକ ଉପରେ ମଧ୍ୟ ପ୍ରଭାବ ପଡୁଛି, ଯାହା ପାଇଁ ସହରରେ ବର୍ତ୍ତମାନ ଆର୍ଥିକ ସ୍ଥିତିରେ ମାନ୍ଦା ଅବସ୍ଥା ପରିଲକ୍ଷିତ ହୋଇଛି l ତେଣୁ ଜନ ଜୀବନ ସ୍ଵାଭାବିକ କରିବା ପାଇଁ ତୁରନ୍ତ ହୋଟେଲ ଗୁଡିକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିବା ପାଇଁ ବ୍ୟାସନଗର ହୋଟେଲ ମାଲିକ ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ହୋଟେଲ ଗ୍ରୀନ ଚିଲିରେ ଅନୁଷ୍ଠିତ ହୋଇଯାଇଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live