ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା ଡେଲାଙ୍ଗ,ବାଲେଶ୍ୱରର ବାହାନାଗ ଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମତୁନ୍ତ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧିନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁ ବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦଗତି କାମନା ନିମନ୍ତେ ରାଧାମୋହନ ଦେବ ବ୍ୟବସାୟୀ ସଙ୍ଘ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ପକ୍ଷରୁ ଘୋରଡ଼ିଆ ହାଟ ବଜାର ଠାରେ ଦୁଇ ମିନିଟ ସାମୁହିକ ନିରବ ପ୍ରାର୍ଥନା ଓ ମହମବତି ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଅସମୟରେ ଚାଲିଯାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭଗବାନ ଏଦୁଖ ସମୟରେ ସହାୟକ ହୁଅନ୍ତୁ ! ଏହି କାର୍ଯ୍ୟକ୍ରମ ରେ ପ୍ରତାପ ଚନ୍ଦ୍ର ପଳେଇ,ବେଣୁଧର ମଙ୍ଗରାଜ, ଚିତ୍ତରଞ୍ଜନ ରାଉତରାୟ, ଦିଲ୍ଲୀପ କୁମାର ଧାଉଡ଼ିଆ, କ୍ଷେତ୍ର ମୋହନ ବରାଳ, ଫଗୁ ରଣା, ଦୀନବନ୍ଧୁ ବଳିୟାରସିଂହ, ଅଜୟ ମାର୍ଥା, ପ୍ରଦୀପ ବେହେରା, ତ୍ରିନାଥ ବରାଳ, ପୂର୍ଣ୍ଣ ଚନ୍ଦ୍ର ପରିଡା, ସୁଶାନ୍ତ ପୃଷ୍ଟି, ଧୂଳିରାମ ବଳିୟାରସିଂହ, ସୁଶାନ୍ତ ପଉଦୁଆର, ଦେବରାଜ ବିଶ୍ୱାଳ,ଭାସ୍କର ବଳିୟାରସିଂହ, ଅଶୋକ ହରିଚନ୍ଦନ, ସଞ୍ଜୟ ପରିଡା, ବାବୁରାମ ଦାସ,ପ୍ରଶାନ୍ତ ପଉଦାର ନବକିଶୋର ପାତ୍ର,କାହ୍ନୁ ଚରଣ ମଲ୍ଲିକ, କାହ୍ନୁ ସାହୁ,ଭଗବାନ ମଣ୍ଡଳ, ଦୁର୍ଗା ପ୍ରସାଦ ସାହୁ, ପ୍ରଶାନ୍ତ ଦେବତା, କାହ୍ନୁ ମାର୍ଥା, ସିଦ୍ଧାନ୍ତ ବାରିକ, ବିଶ୍ୱନାଥ ଜେନା,ତ୍ରିଲୋଚନ ମହାପାତ୍ର, ମୁରଲୀଧର ସାହୁ,ବିଜୟ ଜେନା, ଅମୁଲ୍ୟ ନିଶଙ୍କ,ଦାଶରଥି ବଳିୟାରସିଂହ, ମନୋରଞ୍ଜନ ସମେତ ଶହେରୁ ଉର୍ଦ୍ଧ୍ୱ ଲୋକ ଏଥିରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *