ଶ୍ରୀକ୍ଷେତ୍ର ହାଇଟେକ୍ ଟାଉନସିପ ସମ୍ମୁଖରେ କାର ବାଇକ୍ ମୁହାମୁହିଁ ଧକ୍କା
ରାୟଗଡା ୧୬-୦୫-୨୩ ରାୟଗଡା ବ୍ଳକ ଅନ୍ତର୍ଗତ ପେଣ୍ଟା ପଞ୍ଚାୟତର ଶ୍ରୀକ୍ଷେତ୍ର ହାଇଟେକ୍ ଟାଉନସିପ ସମୁଖରେ ଏକ କାର ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । କାରଟି ରାୟଗଡାରୁ ପାରଳେଖାମୁଣ୍ଡି ଅଭିମୁଖେ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଫେରି ବାଲା ବାଇକକୁ ଧକ୍କା ଦେଇଛି । ଫଳରେ ବାଇକ୍ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ଚାନ୍ଦିଲି ଥାନା ପୋଲିସଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଆରୋହୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କାର ନମ୍ବର OD20B749ହୋଇଥିବା ବେଳେ. ବାଇକ୍ ନମ୍ବର OD180683 ବୋଲି ଜଣା ପଡିଛି । ବାଇକ୍ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ କାର ମାଲିକଙ୍କ ନାମ ମନୋଜ କୁମାର ସାହୁ ବୋଲି ଜଣା ପଡିଛି ।