ବିଶ୍ୱ ଦକ୍ଷତା କେନ୍ଦ୍ର ଆନୁକୂଲ୍ୟରେ କ୍ୟାରିଅର କାଉନସେଲିଂ ପ୍ରୋଗ୍ରାମ ଅନୁଷ୍ଠିତ

ପୁରୀ : ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବିଶ୍ୱ ଦକ୍ଷତା କେନ୍ଦ୍ର ,ଭୁବନେଶ୍ୱର ଆନୁକୂଲ୍ୟରେ ଏକ କ୍ୟାରିଅର କାଉନସେଲିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ,ଶ୍ରୀଯୁକ୍ତ ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବିଶ୍ୱ ଦକ୍ଷତା କେନ୍ଦ୍ର ର ଅଧିକାରୀ ଶ୍ରୀମତି ଅସୀମା ପ୍ରୟାଦର୍ଶିନୀ ,ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ର ଅବଦାନ,ସୁଯୋଗ ଓ ୨୦୨୩-୨୪ ଶିକ୍ଷା ବର୍ଷ ର ନାମଲେଖା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ବର୍ତ୍ତମାନର ସମାଜକୁ ଆଖିଆଗରେ ରଖି ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୂତନ ଓ ଆଧୁନିକ ଦକ୍ଷତା କୁ ଆପଣେଇ, ନିଜକୁ ସ୍ୱାବଲମ୍ବୀ କରି ଗଢିତୋଳିବା ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଘୋଷ ନିଜର ବକ୍ତବ୍ୟ ରଖିଥିଲେ ।ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗରେ, କାର୍ଯ୍ୟକ୍ରମ ର ସଫଳ ସମ୍ପାଦନ ହୋଇଥିଲା।

Leave a Reply

Your email address will not be published. Required fields are marked *