ଗୋରୁ ବୋଝେଇ ଗାଡି ଜବତ ୫ ମାଫିଆ ଅଟକ

କାମାକ୍ଷାନଗର୨୭.୦୬.୨୦୨୩ ଢେଙ୍କାନାଳ ଜିଲ୍ଲାରେ ଗୋରୁ ଚୋରା ଚାଲଊlଣ ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି। ଆଜି ଭୋର ସମୟରେ ଗୋରୁ ବୋଝେଇ କରି ନେଇ ଯାଉଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାର କମଗରା ଗ୍ରାମନିକଟରେ ଜବତ କଲା ତୁମୁଶିଙ୍ଗା ପୋଲିସ। ଗୋଟିଏ ପିକଅପ ଭ୍ୟାନ ଓ ଗୋଟିଏ ଟାଟା ଏସି ଗାଡିରେ ୭ ଟି ଗୋରୁ ବୋଝେଇକରି ନେଉଥିଲେ। ଏବଂ ଏହି ଗୋରୁ ବୋଝେଇ ଗାଡିକୁ ଗୋଟିଏ କାର ଏସ୍କଟ କରି ନେଉଥିବା ଗାଡି ମଧ୍ୟ ଅଟକ। ଦୁଇ ଗୋରୁ ବୋଝେଇ ଚାଳକ ଓ ଏସ୍କଟ ଦେଉଥିବା କାରରୁ ୩ ଜଣଙ୍କୁ ମିଶାଇ ମୋଟ ୫ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ। ଏହା ପୁର୍ବରୁ ଏହି ମସ ୨ ତାରିଖରେ ମଧ୍ୟ ଅନୁରୁପ ୫ଟି ଗାଡି ଅଟକ ରଖିବା ସହ ୨୬ଟି ଗୋରୁ ଉଦ୍ଧାର କରିଥିଲା ତୁମୁଶିଙ୍ଗା ପୋଲିସ।

Leave a Reply

Your email address will not be published. Required fields are marked *